ସେନାର ଅପରେସନ୍ ଅଲଆଉଟ୍ : ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଘାଟିରେ ସେନାର ଅପରେସନ୍ ଅଲଆଉଟ୍। ଆଜି ସେନା ଗୁଳିରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର କରିଛି ସେନା। ଆଜି ସକାଳୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଏକ ଘର ଭିତରେ ଲୁଚି ରହିଥିଲେ। ସୁରକ୍ଷାକର୍ମୀ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଗୁଳି କରିଥିଲେ। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Leave A Reply

Your email address will not be published.