ଫନି ପାଇଁ ଉଜୁଡ଼ି ଯାଇଛି ସବୁଜିମା । ମାଟିରେ ଲୋଟି ପଡ଼ିଛନ୍ତି ବର୍ଷ ବର୍ଷର ପୁରୁଣା ଗଛ । ହେଲେ ଚେର ସହ ଉପୁଡ଼ି ପଡ଼ିଥିବା କିିଛି ଗଛକୁ ପୁନଃରୋପଣ କରି ସବୁଜିମା ଫେରାଇ ଆଣିବାକୁ ପ୍ରୟାସ କରାଗଲେ କିଛି ବୃକ୍ଷ ପୁଣି ଥରେ ଛିଡ଼ା ହୋଇପାରିବେ । ଉପୁଡ଼ି ପଡ଼ିଥିବା ଗଛକୁ ପୁନଃରୋପଣ କରିବାକୁ ରାଜଧାନୀର କିଛି ଯୁବକ ଉଦ୍ୟମ କରିଛନ୍ତି । ମାଟି ଖୋଳି ପୁଣି ଥରେ ଗଛକୁ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବୃକ୍ଷପ୍ରେମୀ, ପ୍ରକୃତି ପ୍ରେମୀ ଓ ରାଜଧାନୀ ବାସିନ୍ଦା ଏଥିରୁ ଶିକ୍ଷା ଲାଭ କରି ଗଛକୁ ପୁନଃ ରୋପଣ କଲେ କିଛି ସବୁଜିମା ଫେରି ଆସି ପାରିବ।