ମହାଭାରତରେ ତିନି ଜଣ କୃଷ୍ଣ ଥିଲେ, ଯାହାଙ୍କ ବିଷୟରେ ଆପଣ କେବେ ଜାଣି ନଥିବେ

ଆପଣମାନେ ମହାଭାରତର କାହାଣୀ ପଢିଥିବେ କିମ୍ବା ଟିଭିରେ ଦେଖିଥିବେ । ଏହି ମହାଭାରତର ପୌରାଣିକ କାହାଣୀରେ ଏମିତି କିଛି ରହସ୍ୟମୟ ଚରିତ୍ରମାନ ଥିଲେ ଯାହାଙ୍କ ବିଷୟରେ ଅନେକ ଲୋକ ଜାଣିଛନ୍ତି । କିନ୍ତୁ ଆଉ ଏମିତି କିଛି ରହସ୍ୟ ରହିଛି ଯାହା ବିଷୟରେ କେହି ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଶୁଣିନଥିବା ଏକ ରହସ୍ୟ ବିଷୟରେ ।
ଭଗବାନ କୃଷ୍ଣଙ୍କ ବିଷୟରେ ଏମିତିରେ ସମସ୍ତେ ଜାଣିଛନ୍ତି ଯେ ସେ ମହାଭାରତ ଯୁଦ୍ଧର ସବୁଠାରୁ ବଡ ସୂତ୍ରଧର ଥିଲେ । ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ କୃଷ୍ଣ ହେଉଛନ୍ତି ବିଷ୍ଣୁଙ୍କ ଅବତାର । କିନ୍ତୁ ଅନେକଙ୍କୁ ଜଣା ନଥିବ ମହାଭାରତରେ ଜଣେ ନୁହେଁ ବରଂ ତିନି ତିନି ଜଣ କୃଷ୍ଣ ଥିଲେ । ବାସ୍ତବରେ ପ୍ରଥମ କୃଷ୍ଣ ଥିଲେ ବିଷ୍ଣୁଙ୍କ ଅବତାର ଓ ଦ୍ୱତୀୟ କୃଷ୍ଣ ଥିଲେ ବେଦବ୍ୟାସ ଯିଏ ମହାଭାରତ ରଚନା କରିଥିଲେ । ତାଙ୍କର ପ୍ରକୃତ ନାମ ଶ୍ରୀକୃଷ୍ଣ ଦ୍ୱାପାୟନ ଥିଲା । ତାଙ୍କୁ ନେଇ ଏକ କାହାଣୀ ବି ରହିଛି । ସେହି କଥା ଅନୁସାରେ ବେଦବ୍ୟାସଙ୍କ ରଙ୍ଗ ଶ୍ୟାମଳ ଥିଲା ଓ ତାଙ୍କର ଜନ୍ମ ଏକ ଦ୍ୱୀପରେ ହୋଇଥିଲା । ସେଥିପାଇଁ ତାଙ୍କ ନାମ ଶ୍ରୀକୃଷ୍ଣ ଦ୍ୱାପାୟନ ହୋଇଥିଲା ।
ଆଉ ଯେଉଁ ତୃତୀୟ କୃଷ୍ଣ ରହିଲେ ତାଙ୍କୁ ଆପଣମାନେ ଟିଭି ସିରିଏଲ କୃଷ୍ଣଲୀଳାରେ ଦେଖିଥିବେ । ଯାହାଙ୍କୁ ନକଲି କୃଷ୍ଣ ବୋଲି କୁହାଯାଏ । ବାସ୍ତବରେ ପଣ୍ଡ୍ର ଦେଶର ରାଜାଙ୍କ ନାମ ଥିଲା ପୌଣ୍ଡରିକ । ଚେଦି ଦେଶରେ ସେ ପୁରୁଷୋତ୍ତମ ନାମରେ ବିଖ୍ୟାତ ଥିଲେ । ପୌଣ୍ଡରିକଙ୍କ ପିତାଙ୍କ ନାମ ବାସୁଦେବ ଥିଲା । ଯାହାଙ୍କର ଦେହାନ୍ତ ପରେ ସେ ନିଜକୁ ବାସୁଦେବ ବୋଲି କହୁଥିଲେ । ଏମିତିକି ପୌଣ୍ଡରିକଙ୍କ ମୂର୍ଖ ବନ୍ଧୁମାନେ ତାଙ୍କୁ ବିଷ୍ଣୁଙ୍କ ଅବତାର ଓ ସେ ହିଁ ଅସଲ କୃଷ୍ଣ ଭାବେ ବର୍ଣ୍ଣନା କରି ତାଙ୍କ ମନରେ ଏକ ଭ୍ରମ ଧାରଣା ସୃଷ୍ଟି କରିଥିଲେ । ଏହି କଥା ଶୁଣି ସେ ନିଜକୁ ଭଗବାନ କୃଷ୍ଣ ମଣି ନିଜର ରଙ୍ଗ ରୂପ ବଦଳାଇ ଦେଇଥିଲା । ମନରେ ଗର୍ବ ଅହଙ୍କାର ଭରିଗଲା । କେବଳ ଏତିକି ନୁହେଁ କୃଷ୍ଣ ହେବା ପାଇଁ ସେ ହାତରେ ଶଙ୍ଖ, ନକଲି ଚକ୍ର, ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିବା ସହ ମୟୂର ମକୁଟ ଧାରଣ କରିଥିଲା । ପରେ ଅହଙ୍କାରରେ ଆସି ସେ ଭଗବାନ କଷ୍ଣଙ୍କୁ ଆହ୍ଵାନ କରିଥିଲେ । ଯାହାର ପରିଣାମ ସ୍ୱରୂପ ନକଲି କୃଷ୍ଣକୁ ଭଗବାନ କୃଷ୍ଣ ବଧ କରି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.