କାହିଁକି ଏତେ ବଡ଼ ବିପର୍ଯ୍ୟୟର ସାମ୍ନା କଲା କଂଗ୍ରେସ ? ଆଜି ହେଉଛି ମାନସ ମନ୍ଥନ

କେନ୍ୟୁଜ୍ : ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ମାନସମନ୍ଥନ ଆରମ୍ଭ। ନୂଆଦିଲ୍ଲୀରେ ଏନେଇ ଚର୍ଚ୍ଚା ପାଇଁ ଦଳର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବରିଷ୍ଠ ନେତା ପି. ଚିଦାମ୍ବରମ, ମଲିକାର୍ଜୁନ ଖର୍‌ଗେ, ଗୁଲାମ ନବୀ ଆଜାଦ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ମୋତିଲାଲ ଭୋରା, ପ୍ରିୟଙ୍କା ଭଦ୍ରା ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି। ବୈଠକରେ ଆଲୋଚନା ପାଇଁ ଏଜେଣ୍ଡା ପ୍ରସ୍ତୁତ ହୋଇନଥିବା ବେଳେ ଦଳର ପ୍ରଦର୍ଶନ ନେଇ ଆଲୋଚନା ହେବ ବୋଲି ଜଣାପ଼ଡିଛି। ଦେଶବ୍ୟାପୀ ମୋଦି ଲହରକୁ ରୋକିବାରେ ଦଳ ବିଫଳ ହେବା, ଆମେଥିରେ ରାହୁଲ ଗାନ୍ଧିଙ୍କ ପରାଜୟ ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ ବୋଲି ଜଣାପଡ଼ିଛି। ସେହିପରି ମାତ୍ର ୫ମାସ ତଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଦଳ କ୍ଲିନ ସ୍ୱିପ କରିଥିବା ବେଳେ ଲୋକସଭାରେ ଦଳ ପ୍ରଦର୍ଶନ ଶୋଚନୀୟ ହୋଇଛି। ଏହା ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.