ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି

କେନ୍ୟୁଜ୍ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି । ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫାପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବାକୁ ମୋଦିଙ୍କୁ କହିଛନ୍ତି ରାମନାଥ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ନିଜର ଏବଂ ମନ୍ତ୍ରିପରିଷଦଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ପୂର୍ବରୁ ଷୋଡ଼ଶ ଲୋକସଭା ଭଙ୍ଗ ନେଇ କ୍ୟାବିନେଟ୍‌ ସୁପାରିଶ କରିଥିଲା । ତେବେ ଜୁନ ତିନି ତାରିଖ ପୂର୍ବରୁ ସପ୍ତଦଶ ଲୋକସଭା ଗଠନ ହେବ ବୋଲି ଜଣାପଡ଼ିଛି । ତିନି ଜଣ ନିର୍ବାଚନ କମିଶନର ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ସାଂସଦଙ୍କ ତାଳିକା ପ୍ରଦାନ କରିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ । ୨୦୧୪ ମେ ୨୬ ତାରିଖରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.