Below header

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ତାପୂର୍ବରୁ ସେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ପୁରୀ ଯାଇଥିଲେ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ। ନିର୍ବାଚନ ପୂର୍ବରୁ ବି ନବୀନ ପଟ୍ଟନାୟକ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

ଅନ୍ୟପଟେ ନବୀନଙ୍କ ପଞ୍ଚମ ପାଳି ସରକାରରେ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ? ନବୀନଙ୍କ ଫୋନ୍‌ କଲକୁ ଅପେକ୍ଷା କରି ରହିଛନ୍ତି ବିଧାୟକ। ଏଥର ମନ୍ତ୍ରିମଣ୍ଡଳରେ ହେଭିେଓ୍ଵଟଙ୍କ ସମେତ ନୂଆ ଚେହେରାଙ୍କ ନାଁକୁ ନେଇ ବି ଚର୍ଚ୍ଚା।

ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଗଞ୍ଜାମ ଜିଲ୍ଲାରୁ ହେଭିେଓ୍ଵଟ୍‌ ବିକ୍ରମ କେଶରୀ ଆରୁଖ, ସୂର‌୍ୟ୍ୟନାରାୟଣ ପାତ୍ର ଓ ଉଷା ଦେବୀଙ୍କ ନାଁ ଆସୁଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ନବୀନଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ଶଶି ଭୂଷଣ ବେହେରା। ଏମାନେ ପୂର୍ବରୁ ନବୀନଙ୍କ ଟିମ୍‌ରେ କାମ କରି ସାରିଛନ୍ତି। କଟକ ଜିଲ୍ଲାରୁ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦେବୀ ପ୍ରସାଦ ମିଶ୍ର ରେସରେ ଅଛନ୍ତି। ଚର୍ଚ୍ଚା ହେଉଛି, କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର ଓ ଭାଗିରଥୀ ସେଠୀଙ୍କୁ ମିଳିପାରେ ମନ୍ତ୍ରୀ ପଦ। ଯାଜପୁର ଜିଲ୍ଲାରୁ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ ଓ ଅମର ପ୍ରସାଦ ଶତପଥୀ ମନ୍ତ୍ରୀ ହେବା ନେଇ କଳ୍ପନାଜଳ୍ପନା। ଖୋର୍ଦ୍ଧା ଜିଲ୍ଲାରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅରବିନ୍ଦ ଢାଲି, ଅଶୋକ ପଣ୍ଡା ଓ ଜିତୁ ମିତ୍ର ସାମିଲ ହେବା ନେଇ ଶୁଣିବାକୁ ମିଳୁଛି।

ନୟାଗଡ଼ ଜିଲ୍ଲାରୁ ଅରୁଣ କୁମାର ସାହୁ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସୁଯୋଗ ମିଳିପାରେ। ସୁବର୍ଣ୍ଣପୁରରୁ ନିରଞ୍ଜନ ପୂଜାରୀ, ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ ଓ ବିଜୟ ରଂଜନ ସିଂହ ବରିହା ବି ଲବିରେ ଅଛନ୍ତି। ଝାରସୁଗୁଡ଼ା ଜିଲ୍ଲାରୁ ନବ କିଶୋର ଦାସ ଓ କିଶୋର ମହାନ୍ତିଙ୍କ ନାଁକୁ ନେଇ ଆଲୋଚନା ଚାଲିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସାରଦା ନାୟକ ଓ ସୁବ୍ରତ ତରାଇ ବି ଆଶାବାଦୀ ଅଛନ୍ତି। ବାଲେଶ୍ୱର ଜିଲ୍ଲାରୁ ଅନନ୍ତ ଦାସ, ଭଦ୍ରକ ଜିଲ୍ଲାରୁ ପ୍ରଫୁଲ୍ଲ ସାମଲ, ଅନୁଗୁଳ ଜିଲ୍ଲାରୁ ରଜନୀକାନ୍ତ ସିଂ, କଳାହାଣ୍ଡିରୁ ଭୂପିନ୍ଦର ସିଂହ, ନବରଙ୍ଗପୁର ଜିଲ୍ଲାରୁ ପ୍ରକାଶ ମାଝି, କୋରାପୁଟ ଜିଲ୍ଲାରୁ ପଦ୍ମିନୀ ଦିଆନ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ମିଳିପାରେ ମନ୍ତ୍ରୀ ପଦ। ପୁରୀ ଜିଲ୍ଲାରୁ ପ୍ରଦୀପ ମହାରଥୀ, ସମୀର ଦାଶଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ଟିମ୍‌ ନବୀନରେ ପ୍ରଫୁଲ ମଲ୍ଲିକ ଓ ନୃସିଂହ ସାହୁଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.