ମଧ୍ୟପ୍ରଦେଶ : ଶିବାପୁରର କୋଲାରସ ଅଞ୍ଚଳରେ ଜଣେ ମା ନିଜ ସାଢେ ତିନି ବର୍ଷର ଥାଲେସେମିୟା ଶିଶୁକୁ ବଞ୍ଚାଇବା ଲାଗି ତୃତୀୟ ଥର ପାଇଁ ଗର୍ଭ ଧାରଣ କରିଛନ୍ତି ।ସେ ଖୁବ୍ ଜଲଦି ଜାଆଁଳା ଛୁଆ ଜନ୍ମ କରିବାକୁ ଯାଉଛନ୍ତି । ବାସ୍ତବରେ ଥାଲେସେମିୟା ରୋଗରେ ଆକ୍ରାନ୍ତ ଥିବା ତାଙ୍କ ପୁଅ ପାଇଁ ପ୍ରତି ମାସରେ ରକ୍ତର ଆବଶ୍ୟକତା ପଡିଥାଏ । ତେଣୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇ କହିଥିଲେ ତାଙ୍କ ପୁଅଙ୍କୁ ବଞ୍ଚାଇବା ପାଇଁ ହେଲେ ମା’ଙ୍କର ଷ୍ଟେମ ସେଲ ମାଧ୍ୟମରେ ଚିକିତ୍ସା କରିବାକୁ ପଡିବ ।ତେଣୁ ଏଥି ପାଇଁ ତାଙ୍କୁ ପୁନର୍ବାର ଗର୍ଭ ଧାରଣ କରିବାକୁ ପଡିବ ।
ଶିଶୁଟିର ମା ମନୀଷା କହିଛନ୍ତି ତାଙ୍କ ପୁଅ ରିତିକ୍ ଥାକାଡ ଜନ୍ମରୁ ଥାଲେସେମିୟା ରୋଗରେ ପଡିତ ହୋଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ ପରିବାର ପୂନର୍ବାର ଗର୍ଭଧାରଣର ନିଷ୍ପତ୍ତି ନେଇଥିଲୁ । ମୁଁ ଆଶା କରୁଛି ଏଥିରେ ମୋ ପୁଅକୁ ନୂଆ ଜୀବନ ମିଳିପାରିବ । ରିତିକର ଗୋଟେ ଭଉଣୀ ମଧ୍ୟ ଅଛି ଯାହାର ବୟସ ଦେଢ ବର୍ଷ ।
ଏକ ଡାକ୍ତରୀ ଟିମ୍ ପ୍ରଥମରୁ ପ୍ରସ୍ତୁତ ଅଛନ୍ତି
ଡେଲିଭରି ସମୟରେ ଚାରିଜଣ ଡାକ୍ତରୀ ଟିମ ଉପସ୍ଥିତ ରହିବେ ।ଷ୍ଟେମ ସେଲ ପାଇଁ କିଟ୍ ବି ମଗାଯାଇସାରିଛି। ମନିଷାଙ୍କ ଷ୍ଟେମ ସେଲ ପାଇଁ କଡ ଲାଇଫ ଷ୍ଟେମ ସେଲ ବ୍ୟାଙ୍କିଙ୍ଗ୍ ଦିଲ୍ଲୀ ସହ କଣ୍ଟ୍ରାକ୍ଟ ସାଇନ ମଧ୍ୟ ହୋଇସାରିଛି ।ଶିବପୁରୀ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡା.ବିଧାନନ୍ଦ ପଣ୍ଡିତ କହିଛନ୍ତି ଷ୍ଟେମ ସେଲ ସେହି ସବୁ ବଂଶାନୁଗତ ରୋଗ ଉପଚାର ଉପରେ ବେଶୀ ଲାଭ ଦାୟକ ହୋଇଥାଏ ଯାହାର ବର୍ତ୍ତମାନ ସମୟରେ କୌଣସି ଚିକିତ୍ସା ହୋଇନାହିଁ । ଏଥିପାଇଁ ଲୋକଙ୍କୁ ଷ୍ଟେମ ସେଲ ସୁରକ୍ଷିତ ରଖିବା ଆବଶ୍ୟକ ଅଟେ ।କାହିଁକିନା ୨୦ ବର୍ଷ ବୟସ ପର୍ଯ୍ୟନ୍ତ ଶଶୁମାନଙ୍କର ଶରୀରରେ ରୋଗ ଜଣା ପଡିଥାଏ ।