ନୂଆପଡ଼ା : ବଡବାପା ସାଜିଲା କଂସେଇ, ନିମିଷକେ ମଧ୍ୟରେ ନେଇଗଲା ନିଜ ପୁତୁରାର ଜୀବନ । ଏଭଳି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡା ଜିଲ୍ଲାରେ । ନିଜ ପୁତୁରାକୁ କଟୁରୀରେ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ଅଭିଯୁକ୍ତ ବଡ଼ବାପା। କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ମୃତକଙ୍କ ନାଁ ଧନସିଂ ମାଝୀ। ଏହି ଘଟଣାରେ କୋମନା ପୋଲିସ ଅଭିଯୁକ୍ତ ଚୈତନ୍ୟ ମାଝୀଙ୍କୁ ଗିରଫ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।