ସରକାର ବଦଳିଲେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁର ନିୟମ, ଆଉ ମାରିବାକୁ ପଡିବନି ଆରଟିଓ ଅଫିସର ଚକ୍କର

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ଅନ୍ୟ କୌଣସି ସହରର ଡ୍ରାଇଭିଂ ଲାଇସେନ୍ସ ରହିଛି ଏବଂ ତାହାର ପୁନଃପଞ୍ଜୀକରଣ ପାଇଁ ପୁଣି ଆପଣଙ୍କୁ ସେହି ସହରକୁ ଯିବାକୁ ପଡୁଛି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଏବେ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଆପଣ ଯେକୌଣସି ସ୍ଥାନରେ ଥାଇ ମଧ୍ୟ ନିଜ ଡ୍ରାଇଭିଂ ଲାଇସେନ୍ସକୁ ରିନ୍ୟୁ କରିପାରିବେ। ଆସନ୍ତୁ ଜାଣିବା କିପରି ।

ସରକାର ଡିଏଲ ସାରଥି ନାମକ ଏକ ସପ୍ଟଓୟାର ଅପଡେଟ କରିଛନ୍ତି। ଯେଉଁଥିରେ ସମସ୍ତ ଲାଇସେନ୍ସ ଧାରକଙ୍କ ତଥ୍ୟ ଦାଖଲ କରାଯାଇଛି। ଏହା ଦ୍ବାରା ଯେକୌଣସି ରାଜ୍ୟରେ ମଧ୍ୟ ଆରଟିଓ ଅଫିସରେ ବସିଥିବା କର୍ମଚାରୀ କାହାର ମଧ୍ୟ ଲାଇସେନ୍ସ ରେକର୍ଡ ଜାଞ୍ଚ କରିପାରିବେ।

ଏବେ ଏହି ସୁବିଧା ରାଜଧାନୀ ଦିଲ୍ଲୀ ଏବଂ ନୋଏଡାରେ ଆରମ୍ଭ କରାଯାଇଛି। ଏହା ଦ୍ବାରା ଲାଇସେନ୍ସ ରିନ୍ୟୁ କରିବାର ପାଇଁ ଡ୍ରାଇଭିଂ ଲାଇସେନ୍ସ ନିର୍ମିତ ହୋଇଥିବା ସହରକୁ ଯିବାକୁ ପଡିବନି। କିନ୍ତୁ ଏଥିପାଇଁ ଆପଣଙ୍କ ଲାଇସେନ୍ସରେ ଚିପ୍ ଥିବା ଆବଶ୍ୟକ। ଏହି ପରିସ୍ଥିତିରେ କୌଣସି ଏନଓସିର ମଧ୍ୟ ଆବଶ୍ୟକତା ପଡିବ ନାହିଁ। ତେବେ ଏଥିପାଇଁ ଗ୍ରାହକଙ୍କୁ ମାତ୍ର ୪୦୦ ଟଙ୍କା ଖର୍ଚ୍ଚ କରବାକୁ ପଡିବ।

ଡ୍ରାଇଭିଂ ଲାଇସେନ୍ସରେ ଲାଗିଥିବା ଚିପରେ ଧାରକଙ୍କ ସମ୍ବନ୍ଧୀୟ ସମସ୍ତ ପ୍ରକାରର ତଥ୍ୟ ରହିଥାଏ। ଯାହା ଦ୍ବାରା ତାହାକୁ ସ୍କାନ କରି ଗ୍ରାହକଙ୍କ ସମସ୍ତ ଡାଟାକୁ ଏଡିଟ କରିପାରିବେ।

Leave A Reply

Your email address will not be published.