ସୁସ୍ମିତା ସେନଙ୍କ ଭାଇ ଏହି ଟିଭି ଅଭିନେତ୍ରୀଙ୍କୁ କଲେ ବିବାହ, ଫଟୋ ହେଉଛି ଭାଇରାଲ

ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଚାରୁ ଅସୋପାଙ୍କ ସହିତ ନିଜର କୋର୍ଟରେ କରିଥିବା ବିବାହର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁହେଁ ଏକାସାଥିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ରାଜୀବ ଧଳା କୁର୍ତ୍ତା ଏବଂ ଚୂଡିଦାର ପିନ୍ଧିଛନ୍ତି ସେହିଭଳି ଚାରୂ ଲାଲ ରଙ୍ଗର ବନାରସୀ ସାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଦୁହେଁ ହଳଦିଆ ରଙ୍ଗର ଗେଣ୍ଡୁ ଫୁଲର ମାଳ ପିନ୍ଧିଛନ୍ତି। ‘ଦିଆ ଔେର ବାତି ହମ୍’, ‘ରେ ରିସ୍ତା କ୍ୟା କେହଲାତା ହେ’ ଏବଂ ‘ମେରେ ଅଙ୍ଗନେ ମେ’ ଭଳି ହିଟ୍ ଟିଭି ଶୋରେ ଅଂଶୀଦାର ହୋଇସାରିଥିବା ଚାରୂ ଜୁନ ୭ରେ ରାଜୀବଙ୍କ ସହିତ ବିବାହ କରିଥିଲେ।
ଏହି କୋର୍ଟ ମ୍ୟାରେଜରେ ରାଜୀବଙ୍କ ମା, ତାଙ୍କ ଅଙ୍କଲ ଏବଂ ଚାରୂଙ୍କ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। କୋର୍ଟ ମ୍ୟାରେଜ ପରେ ରାଜୀବ ଏବଂ ଚାରୂ ୧୬ ଜୁନରେ ସମ୍ପୂର୍ଣ୍ଣ ବିଦ୍ଧି ବିଧାନରେ ଗୋଆରେ ବିବାହ କରିବେ।
ବିବାହକୁ ନେଇ ଘରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ସେହିଭଳି ସୁସ୍ମିତା ସେନଙ୍କ ଝିଅ ମାମୁଁଙ୍କ ବାହାଘର ପାଇଁ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି। ସୁସ୍ମିତା ସେନ ତାଙ୍କର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସୁସ୍ମିତାଙ୍କ ଝିଅ ଆଲୀସା ନିଜର ଘନିଷ୍ଠ ବନ୍ଧୁ ଆଲେକ୍ସାଙ୍କ ସହିତ କେସରୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।