ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

କଟକ : ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କଟକ ଏସ୍‌ସିବିରେ ଅସୁସ୍ଥ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରତାପ ଜେନା । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ତାଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରତାପ । ପ୍ରଭାତ ବତ୍ତର୍ମାନ ଏସସିବିର ସ୍ପାଇନାଲ ଇନଜୁରୀ ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ମେରୁଦଣ୍ଡ ସହ ପେଟର ସିଷ୍ଟ ମଧ୍ୟ ହୋଇଛି । ସିଷ୍ଟ ପାଇଁ ଦୁଇ ଦୁଇଥର ଅସ୍ତ୍ରୋପଚାର ମଧ୍ୟ ହୋଇଛି । କିନ୍ତୁ ଏହା ସଫଳ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.