ସିଂହ ମୁହଁରେ କେକ୍ ମାରିବାରୁ ରାଗିଗଲେ ଏହି ଅଭିନେତ୍ରୀ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିଜ ବାର୍ଥଡେ ପାର୍ଟୀରେ ସାଙ୍ଗମାନେ ଜଣେ ଜଣଙ୍କ ମୁହଁରେ କେକ୍ ଲଗାଉଥିବା ଦେଖାଯାଏ। କିନ୍ତୁ ଏହି ଦିନରେ ସୋସିଆଲ ମିଡିଆରେ ଏକ ଭିନ୍ନ ଧରଣର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ଲୋକ ପ୍ରଥମେ ଗୋଟେ ବାଘ ସହିତ ଫଟୋ ଉଠାଉଛନ୍ତି ଏବଂ ପରେ ତା ମୁହଁରେ କେକ୍ ମାରିଦେଉଛନ୍ତି। ସିଂହ ଏହାପରେ ସେଠାରୁ ପଳାଇଯାଇ ଦୂରରେ ଛିଡା ହୋଇ ନିଜ ମୁହଁରୁ କେକ୍ ଛଡାଇବା ପାଇଁ ଚେଷ୍ଟା କରୁଛି।

raveena tandonସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ କ୍ରୋଧ ପ୍ରକାଶ କରିଛନ୍ତି। ରବୀନା ଟଣ୍ଡନ ନିଜ ଟ୍ବିଟରରେ ଭିଡିଓକୁ ରିଟ୍ବିଟ୍ କରି ଲେଖିଛନ୍ତି, ‘ହାରିଥିବା ଲୋକଙ୍କର ଦୟନିୟ ଅବସ୍ଥା। ଏମାନେ ସବୁ ନର୍କକୁ ଯିବେ। ମୁଁ ଚାହୁଁଛି ଲୋକଙ୍କା କର୍ମ ଆମ ‘ନାଗିନ’ ମୁଭି ଭଳି ତାଙ୍କ ସାମ୍ନାରେ ଆସୁ। ଯନ୍ତ୍ରଣାଦାୟକ ମ୍ରୁତ୍ୟୁ ହେଉ।

ରବୀନା ଟଣ୍ଡନଙ୍କର ଏହିଭଳିଭାବେ ସୋସିଆଲ ମିଡିଆରେ ଉଠାଇଥିବା ପଦକ୍ଷେପରୁ ମଧ୍ୟ ଲୋକଙ୍କର କ୍ରୋଧ ବଢ଼ିଗଲା। ଲୋକମାନେ କହିଛନ୍ତି ଯେ ଭିଡିଓରେ ଦେଖାଯାଉଥିବା ଲୋକଙ୍କୁ ଧରି କଠୋରରୁ କେଠୋର ଦଣ୍ଡ ମିଳିବା ଉଚିତ।

Leave A Reply

Your email address will not be published.