Below header

ରଥଯାତ୍ରା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ରଥଖଳା, ୩ ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବା ପରେ ଚାଲିଛି ଦଣ୍ଡା ଖଞ୍ଜିବା କାର୍ଯ୍ୟ

ପୁରୀ(କେନ୍ୟୁଜ୍) : ରଥଯାତ୍ରା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ରଥଖଳା। ସ୍ନାନଯାତ୍ରା ଅବସରରେ ୩ ରଥର ୪ ନାହାକ କାର୍ଯ୍ୟ ଶେଷ ହେବ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ୩ ରଥର ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏବେ ୩ ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବା ପରେ ଦଣ୍ଡା ଖଞ୍ଜିବା ଶେଷ କରାଯିବା ପାଇଁ ଉଦ୍ୟମ ଚାଲିଛି । ୩ ରଥର ସମୁଦାୟ ୨୫ଟି ଦଣ୍ଡା ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ୯ଟି ଏବଂ ଦର୍ପଦଳନର ୭ଟି ଦଣ୍ଡା ରହିଛି। ଆସନ୍ତାକାଲି ଦଣ୍ଡା ଗୁଡିକ ସଂପୂର୍ଣ୍ଣ ଖଞ୍ଜାଯିବା ପରେ ୩ ରଥର ମଧ୍ୟ ଭାଗ କାମ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.