ଯାଜପୁର ଟାଉନରେ ଭୟାବହ ଅଗ୍ନିକାଣ୍ଡ, ଲିଭିଗଲା ଜଣେ ମହିଳାଙ୍କ ସମେତ ୩ଟି ଗୋରୁଙ୍କ ଜୀବନ

ଯାଜପୁର ଟାଉନ : ଦଶରଥପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳି ଚାଲିଗଲା ଜଣେ ମହିଳାଙ୍କ ସମେତ ୩ଟି ଗୋରୁର ଜୀବନ। ଦଶରଥପୁର ବ୍ଲକ ପୁବ ସାହି ରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅକ୍ଷୟ ପରମାଣିକ ଙ୍କ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ୩ଟି ଗୋରୁ ପୋଡିଯିବା ସହ ଅକ୍ଷୟଙ୍କ ପତ୍ନୀ ପ୍ରେମଲତା ମଧ୍ୟ ପୋଡି ହୋଇ ଯାଇଥିଲେ। ସ୍ତାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅନ୍ୟପକ୍ଷରେ ମହିଳାଙ୍କ ବାପ ଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ମଙ୍ଗଳପୁର ଥାନାରେ ଅଭଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଶବ ବ୍ୟବଛେଦ ପାଇଁ ଯାଜପୁର ଡାକ୍ତର ଖାନାକୁ ପଠା ଯାଇଛି।

Leave A Reply

Your email address will not be published.