ଆନ୍ଧ୍ରପ୍ରଦେଶ : ଭଙ୍ଗାହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଭବ୍ୟ କୋଠା । କଡ଼ା ପୋଲିସ ବଳୟରେ ବୁଲଡୋଜର ଲଗାଇ ପ୍ରଜାବେଦିକାକୁ ଭଙ୍ଗା ଯାଇଛି । ଅମରାଭତି ସ୍ଥିତ ବିଳାସପୂର୍ଣ୍ଣ କୋଠାକୁ ରାତି ଅଧିଆ ଭଙ୍ଗିଛି ଜଗନମୋହନ ରେଡ୍ଡିଙ୍କ ସରକାର । ଟିଡିପି ନେତାଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ପୋଲିସ୍ ପ୍ଲାଟୁନ୍ ମୁତୟନ କରାଯାଇଛି । ତେବେ ଏହି ବିଲ୍ଡିଂ ନଦୀ ତଟବର୍ତ୍ତୀ ଅଞ୍ଚଳରେ ହୋଇଥିବାରୁ ଗ୍ରୀନ୍ ନିୟମକୁ ଉଲଂଘନ କରୁଥିବାରୁ ଏହି କୋଠା ଭଙ୍ଗାଯାଇଥିବା କୁହାଯାଇଛି । ଶାସନରୁ କ୍ଷମତା ଯିବା ପରେ ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।