ମହଙ୍ଗା ପଡିଲା ଯୁବକଙ୍କ ରୋମିଓଗିରି,  ଅଶ୍ଲିଳ ଇଙ୍ଗିତ କରି ମହିଳାଙ୍କୁ ଠାରୁ ଖାଇଲେ ଉତ୍ତମ ମଧ୍ୟମ  

ଯାଜପୁର ଟାଉନ: ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ଯାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି।  ଘଟଣାଟି ହେଉଛି ବ୍ୟାସନଗର ଅଞ୍ଚଳର, ଯେଉଁଠି ସକାଳୁ ପ୍ରାତଃ ଭ୍ରମଣରେ ବାହାରୁଥିବା ମହିଳା ମାନଙ୍କୁ ସ୍ଥାନୀୟ  ଝାଟିଆ ସାହିର ସପନ ସିଂହ ଦୀର୍ଘ ୮ ମାସ ହେବ ଅଶ୍ଲିଳ ଇଙ୍ଗିତ କରିଆସୁଥିଲେ।  କିନ୍ତୁ ଏହାକୁ ମହିଳା ମାନେ ବିରୋଧ କରିପାରୁନଥିଲେ କେବଳ ତାକୁ ଚେତାଇ ଦେଇ ଛାଡି ଦେଉଥିଲେ। ଯାହା ଫଳରେ ତାର ଔଦ୍ଧତ୍ୟ ଦିନକୁ ଦିନ ବଢି ଚାଲିଥିଲା। ଗତକାଲି ଏମିତି ଜଣେ ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରୁଥିବା ସମୟରେ ଭ୍ରମଣରେ ଆସିଥିବା ମହିଳାମାନେ ପୁରୁଷ ଭ୍ରମଣ କାରୀଙ୍କୁ ଡାକି  ତାଙ୍କୁ କାବୁ କରି ନେଇଥିଲେ ଓ ଚପଲ ଓ ବାଡିରେ ନିର୍ଧୁମ ପିଟିଥିଲେ। ପରେ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.