ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରରୁ ଉଡୁଥିବା ସମସ୍ତ ବିମାନ ଆଜି ପାଇଁ ରଦ୍ଦ କରା ଯାଇଛି । ବର୍ଷା ଓ ପାଣିପାଗ ଖରାପ ଯୋଗୁଁ ଆଜି ସମସ୍ତ ବିମାନକୁ ବାତିଲ କରା ଯାଇଛି ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ ଜେଟ ର ଦିଲ୍ଲୀ- ଝାରସୁଗୁଡ଼ା- ଦିଲ୍ଲୀ, ହାଇଦ୍ରାବାଦ- ଝାରସୁଗୁଡା-ହାଇଦ୍ରାବାଦ , କୋଲକାତା- ଝାରସୁଗୁଡା- କୋଲକାତା, ଏବଂ ଏଲିନ୍ସ ଏୟାରର ଭୁବନେଶ୍ୱର- ଝାରସୁଗୁଡା- ଭୁବନେଶ୍ୱର, ରାୟପୁର-ଝାରସୁଗୁଡ଼ା- ରାୟପୁର, ବିମାନ ଗୁଡିକ ବାତିଲ କରାଯାଇ ଥିବାର ସୂଚନା ମିଳିଛି।