ବନ୍ଦ ହୋଇଯିବ କି ନାନୋ ! ଗତ ୬ ମାସ ମଧ୍ୟରେ ବିକ୍ରି ହୋଇଛି ମାତ୍ର ଗୋଟିଏ, ଡିସେମ୍ବର ୨୦୧୮ ପରେ ହୋଇନାହିଁ ଉତ୍ପାଦନ

ଅଲୋଡା ହୋଇ ଯାଇଛି ଟାଟା ନାନୋ । ଆଉ କେହି କିଣିବାକୁ ଚାହୁଁନାହାଁନ୍ତି ଏହି କାର୍ । ଦିନେ ଭାରତୀୟ ବଜାରରେ ଚହଳ ସୃଷ୍ଟି କରିଥିବା ନାନୋ ଗତ ୬ ମାସ ମଧ୍ୟରେ ବିକ୍ରି ହୋଇଛି ମାତ୍ର ଗୋଟିଏ । ଚାହିଦା ନଥିବାରୁ ଜାନୁଆରୀ ମାସରୁ କୌଣସି ନାନୋ କାର୍ ଉତ୍ପାଦନ କରିନାହିଁ ଟାଟା ମୋଟର୍ସ । ତେବେ ବିକ୍ରି ବନ୍ଦ ହୋଇଥିବାରୁ ଏହି କାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ କି ନାହିଁ କମ୍ପାନୀ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।

ଚାହିଦା ଯେତିକି ରହୁଛି ସେତିକି ବିକ୍ରି କରାଯାଉଛି ବୋଲି କହିଛି କମ୍ପାନୀ । ଗତବର୍ଷ ଡିସେମ୍ବରରେ ୮୨ଟି କାର୍ ଉତ୍ପାଦନ କରାଯାଇଥିଲା । ଏହା ପରେ ଜାନୁଆରୀରୁ ଜୁନ୍ ମଧ୍ୟରେ ଗୋଟିଏ ବି ନାନୋ ଉତ୍ପାଦନ ହୋଇନାହିଁ । ଏହା ପୂର୍ବରୁ ୨୦୨୦ ମଧ୍ୟରେ ନାନୋ ଉତ୍ପାଦନ ବନ୍ଦ କରିଦିଆଯିବ ବୋଲି ସଙ୍କେତ ଦେଇଥିଲା ଟାଟା ମୋଟର୍ସ । ଆଉ ଭବିଷ୍ୟତରେ ଏହି କାର ଉପରେ ନିବେଶ କରିବା ପାଇଁ କୌଣସି ଯୋଜନା ମଧ୍ୟ ନାହିଁ ବୋଲି କହିଥିଲା କମ୍ପାନୀ । ୨୦୦୮ ଫେବ୍ରୁଆରୀ ମାସରେ ଭାରତରେ ଲଞ୍ଚ ହୋଇଥିଲା ନାନୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.