ଏୟାର ଇଣ୍ଡିଆରେ ବିମାନ କର୍ମଚାରୀ ପଦ ପାଇଁ ବାହାରିଲା ନିଯୁକ୍ତି, ଇଣ୍ଟରଭ୍ୟୁ ଆଧାରରେ ହେବ ଭର୍ତ୍ତି

ଏୟାର ଇଣ୍ଡିଆ ଏକ୍ସପ୍ରେସରେ କେବିନ କୃ (ମହିଳା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏୟାର ଇଣ୍ଡିଆରେ ସମୁଦାୟ ୫୧ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ପଦବୀରେ ନିଯୁକ୍ତି କରାଯିବ। ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ପାସ୍ ନିର୍ଦ୍ଧାରିତ କରାଯାଇଛି।

ପଦବୀର ନାମ: କେବିନ କୃ

ନିଯୁକ୍ତି ପାଇଁ ପଦବୀ ସଂଖ୍ୟା: ୫୧

ଯୋଗ୍ୟତା:

ଦ୍ବାଦଶ ପାସ୍ କରିଥିବା ମହିଳାମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ପାଖରେ କେବିନ କୃ ରେ କାମ କରିବା ପାଇଁ ୧ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

airindiaବୟସ ସୀମା:

ଇଛୁକପାର୍ଥୀମାନଙ୍କ ବୟସସୀମା ୦୧.୦୭.୨୦୧୯ ତାରିଖ ସୁଦ୍ଧା ୨୭ ବର୍ଷରୁ ଅଧିକ ହୋଇନଥିବ। ଅଧିକ ବୟସସୀମାରେ ଏସସୀ ଏବଂ ଏସଟୀ ପାର୍ଥୀମାନଙ୍କୁ ୫ ବର୍ଷ ଏବଂ ଓବିସି ପାର୍ଥୀମାନଙ୍କୁ ୩ ବର୍ଷ ଛାଡ ଦିଆଯିବ।

ବେତନ:

ଟ୍ରେନିଂ ସମୟରେ ପ୍ରତି ମାସରେ ୧୦,୦୦୦ ଟଙ୍କା । ଏବଂ ଟ୍ରେନିଂ ଶେଷ ହେବା ପରେ ପ୍ରତି ମାସରେ ୩୬,୬୩୦ ଟଙ୍କା ଦିଆଯିବ।

ଆବେଦନ ଫିସ୍:

ଜେନେରାଲ, ଓବିସି- ୫୦୦ ଟଙ୍କା

ଏସସୀ/ଏସଟୀ- କୌଣସି ଶୁଳ୍କ ନାହିଁ

ଏହା ସହ ପଢନ୍ତୁ: BARC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡ଼ିବ ନାହିଁ ଆବେଦନ ଶୁଳ୍କ

ଏପରି କରନ୍ତୁ ଆବେଦନ:

ଇଛୁକ ମହିଳାମାନେ Air india application form ଡାଉନଲୋଡ କରି ଆପ୍ଲିକେସନ ଫର୍ମ ପୂରଣ କରି ଇଣ୍ଟରଭ୍ୟୁ ସ୍ଥାନରେ ପହଞ୍ଚିବେ।

ଇଣ୍ଟରଭ୍ୟୁ ତାରଖ: ୯ ଜୁଲାଇ ୨୦୧୯ ସକାଳ ୯.୦୦

ଇଣ୍ଟରଭ୍ୟୁ ସ୍ଥାନ: ଦ ଗେଟୱ ହୋଟେଲ, କାଲିକଟ୍, ପିଟି ଉସା ରୋଡ୍, କାଲିକଟ, ପିନ୍- ୬୭୩୦୩୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.