ଅଶୁର୍ଲା ଗାଁ ନଦୀରେ ସେତୁ ନିର୍ମାଣ କେବେ ? ସମସ୍ୟା ଭୋଗୁଛନ୍ତି ୩୦ ଖଣ୍ଡ ଗାଁ ଲୋକେ

ଦୁଇ ଜିଲ୍ଳାର ମଝିରେ ଅଛି ଅର୍ଜୁନି ନଦୀ । ଏହି ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ଦୀର୍ଘ ୧୦ ବର୍ଷ ହେବ ଲୋକେ ଅଭିଯୋଗ କରୁଛନ୍ତି ହେଲେ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେତୁ ନିର୍ମାଣ ହୋଇପାରି ନାହିଁ । ଏନେଇ ସମସ୍ୟା ଭୋଗୁଛନ୍ତି ୩୦ ଖଣ୍ଡ ଗାଁ ଲୋକେ । ବଲାଙ୍ଗୀର ଜିଲ୍ଲା…

ଜଳ ପାଇଁ ଦେଖା ଦେଇଛି ଉତ୍କଟ ପରିସ୍ଥିତି, ପାଣି ପାଇଁ ଯିବାକୁ ପଡୁଛି ଏକ କିଲୋମିଟର ଦୂର ବାଟ

ମାଡି ଆସିଲାଣି ଖରା ଆଉ କୂଅ ଗାଡିଆରୁ ଶୁଖିଗଲାଣି ପାଣି । ଖରାଦିନ ଆରମ୍ଭ ନହେଉଣୁ ଅନେକ ସ୍ଥାନରେ ଉତ୍କଟ ରୂପ ନେଲାଣି ଜଳ ସଙ୍କଟ ।  ବସତି ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ଦୂର ହେଉନାହିଁ  ଜଳ କଷ୍ଟ । ଚୁଆ ଓ କୂଅ ଭରସାରେ ଗାଁ ଲୋକେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା…

ଚଳିତ ବର୍ଷ ବୃଦ୍ଧି ପାଇଛି ଡଲଫିନ ସଂଖ୍ୟା, ଓଡ଼ିଶା ପାଣିପାଗ ଓ ପରିବେଶ ବେଶ ସୁହାଇଛି ଏମାନଙ୍କୁ

ଭିତରକନିକା ଓ ଗହୀରମଥାରେ ବଢ଼ିଛି ଡଲଫିନ୍ ସଂଖ୍ୟା । ଡଲଫିନ୍‌ଙ୍କ ପାଇଁ ଓଡ଼ିଶା ପାଣିପାଗ ଓ ପରିବେଶ ବେଶ ସୁହାଇଛି । ଚଳିତବର୍ଷ ୫୦୫ ଡଲଫିନ ଗଣନା କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୩ଟି ଡଲଫିନ ସଂଖ୍ୟା ବୃଦ୍ଧି ପାଇଛି । ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ପାଇଁ…

ଗୋଡ଼ାଇ ଗୋଡ଼ାଇ ପ୍ରମିଳାଙ୍କ ଜୀବନ ନେଲା ପାଗଳା ଷଣ୍ଢ, କାବୁ କଲା ପ୍ରାଣୀ ବିଭାଗ ଓ  ଅଗ୍ନିଶମ ବିଭାଗ

ସବୁ ଦିନ ଭଳି ଗତକାଲି ସକାଳୁ ସକାଳୁ ପ୍ରମିଳା ଶୌଚ ହେବା ପାଇଁ ବାରିପଟକୁ ଯାଇଥିଲେ । କିନ୍ତୁ ପ୍ରମିଳା ଜାଣିନଥିଲେ ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଛି । ହଠାତ ପଛ ପଟୁ ଏକ ପାଗଳା ଷଣ୍ଢ ତାଙ୍କୁ ଗୋଡ଼ାଇବାକୁ ଲାଗିଲା । ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ ପ୍ରମିଳା । କିନ୍ତୁ ଷଣ୍ଢ ହାବୁଡ଼ରୁ…

ସ୍ୱାମୀଙ୍କ ମୃତ୍ୟୁର ୧୦ମାସ ପରେ ବି ମିଳୁନି ପୋଷ୍ଟମର୍ଟମ ରିପୋର୍ଟ କି ଡେଥ୍ ସାର୍ଟିଫିକେଟ

ଦିନ ପରେ ଦିନ ବିତି ଚାଲିଛି । ସ୍ବାମୀ ମୃତ୍ୟୁକୁ ୧୦ ମାସ ହୋଇଗଲାଣି । କିନ୍ତୁ ସ୍ବାମୀଙ୍କ ମୃତ୍ୟୁ କେମିତି ହେଲା ତାହା ଜାଣି ନାହାନ୍ତି ସ୍ତ୍ରୀ । ବିଚାରାଧୀନ ବନ୍ଦୀଭାବେ ସ୍ବାମୀ ରଞ୍ଜନ ମଳିକ କେନ୍ଦ୍ରାପଡା ଜିଲ୍ଲା ଉପ-କାରାଗାରରେ ଥିଲେ । କିନ୍ତୁ ହଠାତ ରଞ୍ଜନ ମଳିକଙ୍କ ପତ୍ନୀ ଗେଲ୍ଲେଇ…

ମୁନସୀ ମେଳଣରେ ରଙ୍ଗ ଖେଳିଲେ ପୋଲିସ ଜନତା, ସଂସ୍କୃତି ଓ ପରମ୍ପରାରର ନିଆରା ଝଲକ

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଛି ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ଯୋଜନାରୁ ବଞ୍ଚିତ ୮ ବର୍ଷର ଦିବ୍ୟାଙ୍ଗ ପ୍ରଭାତ ପୁଞ୍ଜି

ହସିବା ଖେଳିବା ବୟସରେ ଘରେ ବନ୍ଧା ପଡି ରହୁଛି ୮ ବର୍ଷର ଶିଶୁ ପ୍ରଭାତ ପୁଞ୍ଜି । ଜନ୍ମରୁ ମାନସିକ ଅନଗ୍ରସର । ବହୁ ଚିକିତ୍ସା ପରେ ମଧ୍ୟ ପୁଅର ମାନସିକ ଅବସ୍ଥାରେ ସୁଧାର ଆସୁ ନାହିଁ । ଗରିବ ପରିବାର ଧାର କରଜ କରି ବଲାଙ୍ଗିର, ଭବାନୀ ପାଟଣା,ରାୟପୁର ଆଦି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା…

କ୍ରିକେଟର ହେବା ପାଇଁ ଦେଖିଥିଲେ ସ୍ବପ୍ନ, କିନ୍ତୁ ହୋଇଗଲେ ଗାୟକ

ଫିଲ୍ମ ଜଗତ ହେଉ କିମ୍ବା ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ, ଏଠାରେ ନାଁ କରିବା ସହଜ କଥା ନୁହେଁ । କିନ୍ତୁ ଅନେକ ଷ୍ଟାର ନିଜର କଠିନ ପରିଶ୍ରମ ବଳରେ ସଂଘର୍ଷ କରି ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ସଂଘର୍ଷ କରି ମ୍ୟୁଜିକ…

ହର୍ବାଲ ରଙ୍ଗରେ ରଙ୍ଗେଇ ହେବେ ପିଲା ଠୁ ବୁଢ଼ା, ରଙ୍ଗ ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ଼

ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗୀନ ହେବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତେ । ଧରାପୃଷ୍ଠ ରଙ୍ଗମୟ ହୋଇ ଉଠିବ ସେଥିପାଇଁ ରଙ୍ଗ ବ୍ୟବସାୟ ମଧ୍ୟ ଜମି ଆସିଲାଣି । ସାଲେପୁର ଅଞ୍ଚଳରେ ଭଳିକି ଭଳି ରଙ୍ଗ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଆରମ୍ଭ ହେବାକୁ ଲାଗିଲାଣି ।…

ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତିର ସୁଯୋଗ ଦେବା ଉଦ୍ଦେଶ୍ୟରେ ଆଶାୟୀମାନଙ୍କୁ କରାଗଲା ନିରାଶ

ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତିର ସୁଯୋଗ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେଉଛି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା । ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତିର ସୁଯୋଗ ସୃଷ୍ଠି ହେବ । ବେକାରୀ ସମସ୍ୟା ଦୂର ହେବ । ଏଭଳି କିଛି ପ୍ରଚାର କରି ଯାଜପୁର ଜିଲ୍ଲାରେ ୧୦ରୁ…

ଶୋଭା ପାଉଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ହାତ ତିଆରି ସାମଗ୍ରୀକୁ ବିକ୍ରି କରୁଛନ୍ତି କାରିଗର

ଯାଜପୁର ଜିଲ୍ଲା ଛତିଆ ରାଜଦୋଳ ମିଳନ ମହୋତ୍ସବ ଅବସରରେ ଶୋଭା ପାଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ରଙ୍ଗବେରଙ୍ଗର ବିଭିନ୍ନ ହାତ ତିଆରି ଜିନିଷରେ ସୁନ୍ଦର ଲାଗୁଛି ହସ୍ତଶିଳ୍ପର ସମ୍ଭାର । ଗୋଟିଏ ସ୍ଥାନରେ ମିଳୁଛି ଭଳିକି ଭଳି ସାମଗ୍ରୀ । ଦେଖିବାକୁ ଯେମିତି କଉତୁକିଆ ସେତିକି…

ସ୍ବଚ୍ଛତାର ସାରଥି ଭାବରେ ନିଜ କାର୍ଯ୍ୟକୁ ବଜାୟ ରଖିଛନ୍ତି ସଫେଇ ଦିଦି, ଆବର୍ଜନାମୁକ୍ତ ପରିବେଶ ପାଇଁ ନେଇଛନ୍ତି…

ରାତି ପାହିବା ଠାରୁ ସଞ୍ଜ ଯାଏଁ ଘର ଜଞ୍ଜାଳକୁ ପଛରେ ପକାଇ ଆମ ସେବାରେ ସଫେଇ ଦିଦିମାନେ ନିଜକୁ ନିୟୋଜିତ କରିଛନ୍ତି । ସକାଳୁ ସକାଳୁ ସହର ହେଉ କି ଗାଁ ହେଉ ଏହି ସ୍ୱଚ୍ଛର ସାରଥୀମାନଙ୍କୁ ଖୋଜନ୍ତି ପ୍ରତି ପରିବାର । ସ୍ୱଚ୍ଛ ଭାରତ ଅଭିଯାନର କେଇପଦ ସୁନ୍ଦର ଗୀତ ଝରକା ଫାଙ୍କରୁ କାନରେ ପଡିଲେ…