Below header

ବଜାରକୁ ଆସିଲା Ampere Magnus Pro ଇଲେକ୍ଟ୍ରିକ ସ୍କୁଟି, ମାତ୍ର ୬ ଘଣ୍ଟା ଚାର୍ଜରେ ଚାଲିବ ୧୦୦ କିମି

ଦିନକୁ ଦିନ ପେଟ୍ରୋଲ ଦାମ ବଢିବାରେ ଲାଗିଛି, ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି କିପରି ନିଜ ଧନକୁ ସଞ୍ଚୟ କରିବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି। ଏଭଳି ସ୍ଥଳେ ଗାଡି ଧରି ବାହାରିବା ପାଇଁ ଲୋକେ ଏବେ ଚିନ୍ତାରେ । ପେଟ୍ରୋଲ ଦାମ୍‌ରୁ ବଞ୍ଚିବା ପାଇଁ ଲୋକେ ଏବେ ଇଲେକ୍ଟ୍ରିକ ଗାଡି ଉପରେ ବ୍ୟବହାର କରିବାକୁ ଲାଗିଲେଣି। ଇଲେକ୍ଟ୍ରିକ୍ ଗାଡି ତିଆରୁ କରୁଥିବା କମ୍ପାନୀ Ampere Electric ତରଫରୁ ଭାରତରେ Magnus Pro ସ୍କୁଟର କୁ ଭାରତରେ ଲଞ୍ଚ କରିଛି। ଲକ୍ଡାଉନ୍ କାରଣରୁ ଏହାକୁ ଡିଜିଟଲ ପ୍ଲାଟଫର୍ମରେ ଲଞ୍ଚ କରାଇଛି ।

scty

ଏହି ଗାଡିର ଦାମ୍‌ ୭୩,୯୦୦ ଟଙ୍କା ରହିଛି। ଏହି ସ୍କୁଟରକୁ ୨୯୯୯ ଟଙ୍କା ଦେଇ ପ୍ରି ବୁକିଂ ମଧ୍ୟ କରିପାରିବେ। କମ୍ପାନୀର ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଜରିଆରେ ବୁକ୍‌ କରିପାରିବେ। ନୂଆ ସ୍କୁଟରର ଡ୍ରାଇଭିଂ ରେଞ୍ଜ ବଜାଜ ଚେତକ ଠାରୁ ବି ଭଲ । ଏହି ସ୍କୁଟରକୁ ୪ଟି କଲର ଅପସନ୍ ମେଟାଲିକ୍ ରେଡ୍ , ଗୋଲଡେନ୍ ୟଲୋ , ବ୍ଲୁଇଶ୍ ପର୍ଲ ହ୍ୱାଇଟ୍ ଓ ଗ୍ରାଫାଇଟ୍ ବ୍ଲାକ୍ ଭାବେ ତିଆରି କରାଯାଇଛି ।

Ampere-Magnus-Pro-2

କମ୍ପାନୀର କହିବା ଅନୁଯାୟୀ, Magnus Proରେ ୧୨୦୦ୱାଟ ଇଲେକ୍ଟ୍ରିକ୍ ମୋଟର ସହ ୬୦ଭି କ୍ଷମତାର ଇଲେକ୍ଟ୍ରିକ୍ ବ୍ୟାଟେରୀ ବ୍ୟବହାର କରାଯାଇଛି । ସ୍କୁଟରରେ ଦୁଇଟି ଡ୍ରାଇଭିଂ ମୋଡ୍ ଦିଆଯାଇଛି । ରାଇଡରଙ୍କୁ ଇକୋ ମୋଡ୍ରେ ୧୦୦ କିଲୋମିଟର ଯାଏ ରେଞ୍ଜ ଓ କ୍ରୁଜ୍ ମୋଡ୍ରେ ୮୦ କିଲୋମିଟର ଯାଏ ,ଫୁଲ୍ ଚାର୍ଜ ହେବା ପରେ ଯାଇପାରିବେ । ସ୍କୁଟରକୁ ପୁରା ଚାର୍ଜ ହେବାକୁ ୬ଘଣ୍ଟା ସମୟ ଲାଗିଥାଏ । ଏଥିରେ ୧୦ଲିଟରର ବୁଟ୍ ସ୍ପେସ୍ ଦିଆଯାଇଛି । ଫ୍ରଣ୍ଟ ପକେଟ୍ରେ ସ୍ମାର୍ଟଫୋନ୍ ଚାର୍ଜର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.