ଡିଜେଲ ଦର ବୃଦ୍ଧି ପରେ ପୁଣି ବଢ଼ିଲା ବସ୍ ଭଡା

ଭୁବନେଶ୍ବର: ପୁଣି ବଢ଼ିଲା ବସ ଭଡା। ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ଡ୍ସ ଓ ଏସି ଡିଲକସ ରେ ୬ ପଇସା ବଢ଼ିଲା। ଡିଜେଲ ଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି। ଅଟୋମେଟିକ ମେକାନିଯିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି। ସାଧାରଣ ୬୭ ପଇସାରୁ ବଢି ୭୦ ପଇସା ହୋଇଛି।

ଏକ୍ସପ୍ରେସ କିଲୋମିଟର ପିଛା ୭୦ ପଇସାରୁ ୩ ପଇସା ବଢି ୭୩ ପଇସା ହୋଇଛି। ଡିଲକ୍ସ ବସ ଭଡା ୯୫ ପଇସା ରୁ ୧ ଟଙ୍କା ୧ ପଇସା ହୋଇଥିବା ବେଳେ ଏସି ଡିଲକ୍ସ ରେ ଭଡା ୧ ଟଙ୍କା ୧୭ ପଇସାରୁ ବୃଦ୍ଧି ପାଇ ୧ଟଙ୍କା ୨୩ ପଇସାରେ ପହଁଚିଛି । ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.