ମାଟ୍ରିକ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତୀୟ ସେନା ତରଫରୁ ସେନା ଜେନେରାଲ ଡ୍ୟୁଟି(ମହିଳା ସୈନ୍ୟ ପୋଲିସ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହି ପଦ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏଥିପାଇଁ ଇଣ୍ଡିଆନ୍‌ ଆର୍ମିର ଅଫିସିଆଲ ୱେବ୍‌ସାଇଟ୍‌  joinindianarmy.nic.in କୁ ଯାଇ ଆପ୍ଲାଏ କରିପାରିବେ।

ଏହି ପଦ ପାଇଁ ୬ ଜୁନ୍‌ ୨୦୨୧ ରୁ ୨୦ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଆବେଦନ କରି ହେବ। ଇଚ୍ଛୁକ ପ୍ରାର୍ଥୀଙ୍କୁ ପଞ୍ଜିକୃତ ଇମେଲ ଆଇଡିରେ ଆଡମିଟ୍‌ କାର୍ଡ ପଠାଯିବ। ସମସ୍ତଙ୍କୁ ନିଜ ନିଜ ଜିଲ୍ଲାରେ ପରୀକ୍ଷା ଦେବାକୁ ଅନୁମତି ମିଳିବ।

ଆବେଦନ ଆରମ୍ଭ-୦୬ ଜୁନ୍‌ ୨୦୨୧

ଆବେଦନ ଶେଷ-୨୦ ଜୁଲାଇ ୨୦୨୧

ପଦ ନାମ– ସୋଲଜର ଜେନେରାଲ ଡ୍ୟୁଟି

ପଦ ସଂଖ୍ୟା– ୧୦୦

ଶିକ୍ଷାଗତ ଯୋଗ୍ୟତା– ମାଟ୍ରିକ ୪୫%

ବୟସ ସୀମା– ୧୮ରୁ ୨୧ ବର୍ଷ

ନିଯୁକ୍ତି ସ୍ଥାନ– ଅମ୍ବାଲା, ଲକ୍ଷ୍ମୌ, ଜବଲପୁର, ବେଲଗ୍ରାମ, ପୁଣେ ଓ ଶିଲଙ୍ଗ