Below header

କରୋନା ସଙ୍କଟରେ କଏଦୀଙ୍କ ମୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପାରୋଲରେ କଏଦୀଙ୍କ ବୟସ ଓ ସ୍ବାସ୍ଥ୍ୟକୁ ଆଧାର କରି ବିଚାର କରିବେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  କରୋନା ସଙ୍କଟରେ କଏଦୀଙ୍କ ମୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କଏଦୀଙ୍କୁ ପାରୋଲ ପ୍ରଦାନରେ ସେମାନଙ୍କ ବୟସ, କୌଣସି ରୋଗରେ ପୀଡ଼ିତ କି ନାହିଁ ତାକୁ ଆଧାର କରି ରାଜ୍ୟ ସରକାର ବିଚାର କରିବେ। ଏନେଇ ଆଗାମୀ ଶୁକ୍ରବାର ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ମେ’ ୭ତାରିଖର ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯାଇଛି ଓ କୋଭିଡ ସ୍ଥିତିରେ ଏଚପିସି ଦ୍ୱାରା ଜରୁରୀକାଳୀନ ପାରୋଲରେ କଏଦୀଙ୍କ ମୁକ୍ତି ନେଇ କେଉଁ ମାନଦଣ୍ଡ ଆପଣାଯାଇଛି ତାକୁ ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ନାଗେଶ୍ୱର ରାଓ ଓ ଜଷ୍ଟିସ ଏଏଲ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ପାରୋଲ ପ୍ରଦାନ ନେଇ ରାଜ୍ୟ ସରକାରଙ୍କ କୌଣସି ସାଧାରଣ ମାନଦଣ୍ଡ ନଥିବା ହୃଦବୋଧ ହୋଇଛି। ଏହାସହ କଏଦୀ ମାନେ ପାରୋଲ ନେଇ କୌଣସି ଉଚ୍ଚ କୋର୍ଟରେ ଆବେଦନ କରିଛନ୍ତି କି ନାହିଁ ତାକୁ ମଧ୍ୟ ବିଚାର କରାଯିବ। ଏହା ସହ ରାଜ୍ୟ ମାନଙ୍କ ଠାରୁ ତଥ୍ୟ ହାସଲ ପାଇଁ ଜାତୀୟ ଆଇନ ସେବା ପ୍ରାଧୀକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.