ଷ୍ଟାର କପଲ୍‌ ବିବାଦ: ଫାମିଲି କୋର୍ଟରେ ହାଜର ହେଲେ ଅନୁଭବ, କିନ୍ତୁ ଆସିଲେନି ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଷ୍ଟାର କପଲ୍‌ ବିବାଦର ସମାଧାନ କେବେ ? ବିବାହ ବିଚ୍ଛେଦ ମାମଲାରେ କଟକ ଫାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ହାଜର ହୋଇ ନାହାନ୍ତି ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମୟ ମାଗିଛନ୍ତି ବର୍ଷା ।

ଫ୍ୟାମିଲି କୋର୍ଟରୁ ବାହାରିବା ପରେ ପ୍ରତିକ୍ରିୟାରେ ଅନୁଭବ କହିଛନ୍ତି, ବର୍ଷା ଭଲରେ ଥାଆନ୍ତୁ । ଖୁସି ରୁହନ୍ତୁ । କିପରି କେଉଁ ବିଷୟକୁ ଏଡାଇ ଦେଇ ହେବ ବର୍ଷା ଭଲ କରି ଜାଣିଛନ୍ତି । କୋର୍ଟ ପ୍ରକ୍ରିୟାକୁ ସମ୍ମାନ ଜଣାଇବା ଉଚିତ । ବର୍ଷାଙ୍କୁ ଭଲ ପାଇ ବିବାହ କରିଥିଲେ ଓ ତାଙ୍କ ପ୍ରତି ସମ୍ମାନ କମି ନାହିଁ । ଆଗକୁ ସାମ୍ବାଦିକ ସମ୍ମିଳନୀ ଡାକିବେ ବୋଲି କହିଛନ୍ତି ଅନୁଭବ ମହାନ୍ତି । ବିବାହ ବିଚ୍ଛେଦ ମାମଲାରେ ସପ୍ତାହେ ମଧ୍ୟରେ ତୃତୀୟ ଥର ପାଇଁ ଫାମିଲି କୋର୍ଟରେ ହାଜର ହୋଇଛନ୍ତି ଅନୁଭବ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.