ଖାଲି ସ୍ୱାଦ ପାଇଁ ନୁହେଁ, ତ୍ୱଚାରେ ଗୋରା ଚମକ ଆଣିପାରେ ଲୁଣ

ପ୍ରତିଟି ରୋଷେଇ ଘରେ ଆଉ କିଛି ଥାଉ କି ନଥାଉ ଲୁଣ ନିଶ୍ଚିନ୍ତ ରୂପେ ଥାଏ । ଖାଦ୍ୟରେ ଲୁଣ ଟିକିଏ କମ ବେଶୀ ହେଲେ ଖାଦ୍ୟ ଆଦୌ ରୁଚିନଥାଏ ଏହା ଏକ ଅତି ସାଧାରଣ ଜିନିଷଟିଏ ହୋଇଥିଲେ ମଧ୍ୟ ରୋଷେଇରେ ତାହା ଆଗ ଖୋଜା ପଡେ ଖାଲି ସ୍ୱାଦ ବଢ଼ାଇବାରେ ନୁହେଁ ଶରୀର ପାଇଁ ବି ଲୁଣ ଖୁବ ଜରୁରୀ ଲୁଣରେ ଥିବା ସୋଡିୟମ, ମ୍ୟାଗନେସିୟମ, କ୍ୟାଲସିୟମ, ପୋଟାସିଅୟମ ପରି ଜରୁରୀ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ | ଯାହାକି ସ୍କିନ ପାଇଁ ଲାଭଦାୟୀ ହୋଇଥାଏ ଖାଲି ଖାଇବାରେ ନୁହେଁ ସ୍କିନରେ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କଲେ ବି ତ୍ୱଚାରେ ଏକ ବିଶେଷ ଚମକ ଆସିଥାଏ ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଲୁଣର ବ୍ୟବହାର କଲେ ଆପଣଙ୍କ ତ୍ୱଚା ଚମକି ଉଠିବ

-ଆଉ ଆଗ ଅପେକ୍ଷା ତ୍ୱଚାର ରଙ୍ଗ ତୋଫା ହୋଇଯାଏ । ସାଧାରଣତଃ ଧୂଳି ମାଟି, ପ୍ରଦୂଷଣ ସଂସ୍ପର୍ଶରେ ଆସିଲେ ତ୍ୱଚା ଉପରେ ଏକ ମୃତକୋଷିକା ଜମିଯାଏ ଯାହା ଫଳରେ ଆମ ତ୍ୱଚାରେ ଦାଗ ସୃଷ୍ଟି ହେବା ସହ କଳା ପଡ଼ିଯାଏ |

salt image

-ଏଥିପାଇଁ ତ୍ୱଚାର ଏକ୍ସଫୋଲିଏଟ କରାଇ ନେବା ଜରୁରୀ । ଏଥିପାଇଁ ପାଣିରେ ଲୁଣ ଭଲ ଭାବରେ ମିଶାଇ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବେ ହାଲକା ହାତରେ ତ୍ୱଚାରେ ଧୀରେ ଧୀରେ ମାଲିସ କରନ୍ତୁ |

-ପାଦର ରଙ୍ଗ ଫିଟାଇବାରେ ବି ଲୁଣକୁ ବ୍ୟବହାର କରାଯାଇ ପାରିବ। ହାଲୁକା ଗରମ ପାଣିରେ କିଛି ବଡ ଲୁଣ ମିଶାନ୍ତୁ | ଆଉ ସେଥିରେ ପାଦ ବୁଡାଇ ରଖନ୍ତୁ | ଏମିତି କରିବା ଦ୍ୱାରା ପାଦର ଥକ୍କା ମେଣ୍ଟିବା ସହ କଳା ଦାଗ ଦୂର ହୋଇଥାଏ ଏହା ସହ ପାଦର ମୃତ କୋଷିକା ମଧ୍ୟ ଦୂର ହୋଇଥାଏ

-ପେଟ ଦୋଷ ରହିଲେ କିମ୍ବା ଟକ୍ସିନ ମାତ୍ରା ବଢିଲେ ବି ତ୍ୱଚାର ଚମକ କମିଯାଏ ଶରୀରକୁ ଡିଟକ୍ସ କରିବା ପାଇଁ ଆପଣ ଲୁଣ ପାଣି କୁ ବ୍ୟବହାର କରିପାରିବେ ଆପଣ ସକାଳ ସମୟରେ ନଖ ଉଷୁମ ପାଣିରେ ସାମୁଦ୍ରିକ ଲୁଣ ମିଶାଇ ପିଅନ୍ତୁ ଏହା ଦ୍ୱାରା ପେଟ ସଫା ହେବା ସହ ଶରୀର ଡିଟକ୍ସ ହୋଇଥାଏ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.