ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଆଶ୍ବସ୍ତି: କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର
ମାସ ଆରମ୍ଭରୁ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି । ବ୍ୟବସାୟୀଙ୍କ ପାଇଁ ଖୁସି ଖବର। କମିଲା ଏଲପିଜି ସିଲିଣ୍ଡର ଦର । ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୯୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି ।

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଏହାସହ ଅନେକ କେତେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ବ୍ୟବସାୟୀଙ୍କ ପାଇଁ ଖୁସି ଖବର। କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର କମିଛି । ୯୧ ଟଙ୍କା ୫୦ ପଇସା ଦର କମିଥିବା ସୂଚନା ରହିଛି । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି, ଏଟିଏଫ୍, କିରୋସିନ ତେଲ ଇତ୍ୟାଦି ମୂଲ୍ୟ ସମୀକ୍ଷା କରନ୍ତି ଏବଂ ସେଥିରେ ପରିବର୍ତ୍ତନ କରିଥାନ୍ତି।
ପେଟ୍ରୋଲିୟମ କମ୍ପାନୀଗୁଡିକ ଆଜି ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛି। ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୯୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ବର୍ତ୍ତମାନ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୦୨୮ ଟଙ୍କା, କୋଲକାତାରେ ୨ ହଜାର ୧୩୨ ଟଙ୍କା, ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା, ଚନ୍ନାଇରେ ୨ହଜାର ୧୯୨ ଟଙ୍କା ରହିଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା’ ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ରହିଥାନ୍ତି । ଗ୍ୟାସ ଦାମ୍ ବଢିଲେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି, ତେଣୁ ଏଥିରୁ ବର୍ତ୍ତମାନ ବର୍ତ୍ତିବେ ସାଧାରଣ ଲୋକେ ।
19 kg Commercial LPG cylinder prices reduced by Rs 91.50. 19 kg commercial cylinder will cost Rs 2,028 in Delhi. No change in domestic LPG prices: Sources
— ANI (@ANI) April 1, 2023
ସେପଟେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ସେମାନେ ପୂର୍ବ ଭଳି ସମାନ ମୂଲ୍ୟ ଦେବେ। ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ହେଉଛି ୧୧୦୩ ଟଙ୍କା। ଗତ ମାସରେ ୧୪.୨ କିଲୋଗ୍ରାମ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୫୦ ଟଙ୍କା ମହଙ୍ଗା ହୋଇଥିଲା।