ମାତ୍ର ୨୦ ବର୍ଷ ଭିତରେ ୨୦ ହଜାର ଟଙ୍କା ହେଲା ୨ କୋଟି, କେମିତି ଜାଣନ୍ତୁ

ନିବେଶକ ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବ୍ୟାଙ୍କ ଭିନ୍ନ ଭିନ୍ନ ସମୟରେ ଭଳି ଭଳିକି ରିହାତି ମାନ ଜାରି କରିଥାଏ । ସେଭିଙ୍ଗସ ଆକାଉଣ୍ଟ ଉପରେ ଅଧିକ ସୁଧ ଦେବା ସହ ଏଫଡ଼ି, ରିକରିଙ୍ଗ ଡିପୋଜିଟ ଉପରେ ବି ରିହାତି ଦେଇଥାଏ । ସମୟ ସମୟରେ ରିଟେଲ ଲୋନ ଉପରେ ବି ଗ୍ରାହକଙ୍କୁ ସୁବିଧା ଦେଇଥାଏ ବ୍ୟାଙ୍କ । ବର୍ତ୍ତମାନ ସମୟରେ ପ୍ରାୟ ସବୁ ବ୍ୟାଙ୍କ ହୋମ ଲୋନ ଉପରେ ୬.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି । ଏହାବାଦ ସ୍ଟକ ଉପରେ ଘରେ ବସି ବସି ନିବେଶକ ମାନଙ୍କୁ ରୋଜଗାର କରିବାର ଅବସର ଦେଉଛି ବ୍ୟାଙ୍କ । ଏମିତି ହିଁ ଏକ ଷ୍ଟକ ଜାରି କରିଛି କୋଟାକ ମହିନ୍ଦ୍ରା ବ୍ୟାଙ୍କ । ୨୦
ବର୍ଷ ଭିତରେ ନିବେଶକଙ୍କ ୨୦ହଜାର ଟଙ୍କାକୁ ୨ କୋଟି ଟଙ୍କାରେ ପରିଣତ କରିଛି ଏହି ବ୍ୟାଙ୍କ । ଦେଶର ଟପ ଟେନ ମାର୍କେଟ ଲିସ୍ଟରେ କୋଟାକ ମହିନ୍ଦ୍ର ବ୍ୟାଙ୍କକୁ ହିଁ ଗଣାଯାଏ | ରେକର୍ଡରୁ ଜଣାପଡିଛିଯେ ଗତ ୨୦ ବର୍ଷ ଭିତରେ ନିବେଶକଙ୍କ ପୁଞ୍ଜିକୁ ୨୦ ଗୁଣା ପର୍ଯ୍ୟନ୍ତ ବଢ଼ାଇ ଦେଇଛି ବ୍ୟାଙ୍କ । ୨୦ ବର୍ଷ ପୂର୍ବେ ଅକ୍ଟୋବର ୮ ତାରିଖରେ ବ୍ୟାଙ୍କର ସେୟାର ମାତ୍ର ୨ ଟଙ୍କା ଥିବା ବେଳେ ଏବେ ଏହା ୧୯୩୫
.୭୦ ଟଙ୍କାରେ ପହଂଚିଛି । ଏହାର ଅର୍ଥ ହେଉଛି ଏଭିତରେ ବ୍ୟାଙ୍କ ୯୬୮ ଗୁଣା ରିଟର୍ଣ୍ଣ ଦେଇଛି । ଏହାକୁ ଯଦି ଅନ୍ୟ ଅର୍ଥରେ ବୁଝିବାକୁ ଚେଷ୍ଟା କରିବେ ତ ନିବେଶକଙ୍କୁ ୯୬ ହଜାର ୬୮୫ ପ୍ରତିଶତ ରିଟର୍ଣ୍ଣ ମିଳିଛି ।

ଯଦି ବିଗତ ଗୋଟେ ମାସର ରେକର୍ଡକୁ ଦେଖାଯାଏ ତେବେ ୧୮୧୭.୯୦ ଟଙ୍କା ହିସାବରେ ଗ୍ରାହକଙ୍କୁ ପାଖାପାଖି ୬.୪୮ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଛି । ଗୋଟେ ବର୍ଷ ଭିତରେ ନିବେଶକଙ୍କୁ ୫୦
ପ୍ରତିଶତ ପର୍ଯ୍ୟନ୍ତ ରିଟର୍ନ ଦେଇଥିବା ନେଇ ରିପୋର୍ଟ ଆସିଛି । ରେକର୍ଡ ମୁତାବକ ପାଞ୍ଚ ବର୍ଷରେ ବ୍ୟାଙ୍କ ସେୟାରର ୧୫୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଛି । ଏହି ହିସାବରେ ଦଶ ବର୍ଷ ଭିତରେ ୭୫୦
ପ୍ରତିଶତ ପର୍ଯ୍ୟନ୍ତର ରିଟର୍ଣ୍ଣ ଦେଇସାରିଛି ବ୍ୟାଙ୍କ । ଅନ୍ୟ ପକ୍ଷରେ, ଗତ ୨୦ ବର୍ଷ ତଳେ ୨୦ ହଜାର ଟଙ୍କାର ମୂଲ୍ୟ ଆଉ ଏବେର ମୂଲ୍ୟକୁ ବି ତୁଳନା କଲେ ମୂଲ୍ୟ ବାବଦରେ ଅନୁମାନ ଲଗାଯାଇ ପାରିବ । ଲମ୍ବା ଅବଧିରେ ମୂଲ୍ୟରେ କେତେ ତାରତମ୍ୟ ଆସିଥାଏ ଆପଣ ଅନୁମାନ ଲଗାଇ ପାରୁଥିବେ । ଯଦି କୌଣସି ନିବେଶକଙ୍କୁ ୨ ଟଙ୍କା ହିସାବରେ ୨୦ ବର୍ଷ ତଳେ ୨୦ ହଜାର ଟଙ୍କାର ନିବେଶ କରିଥିବେ ତେବେ ତାହାର ଭ୍ୟାଲୁ ଆଜି ୧.୯୩ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ପାଖାପାଖି ୨ କୋଟି ଟଙ୍କା ହେବ । ଏହା ପୂର୍ବରୁ ଫେଷ୍ଟିଭ ସିଜନ କାରଣରୁ ହୋମ ଲୋନକୁ ୬.୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଅବଶ୍ୟ ଏହି ଅଫର ସ୍ୱଳ୍ପ ସମୟ ପାଇଁ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.