Maruti Suzuki Swift 2024ର ଭିଡ଼ିଓ ହେଉଛି ଭାଇରାଲ, ରହିଛି ଜବରଦସ୍ତ ଲୁକ ସହ ଦମଦାର ଫିଚର୍ସ

ଆଗାମୀ ବର୍ଷ ସେ ସ୍ୱିଫ୍ଟର ଏକ ନୂଆ ସଂସ୍କରଣ ବା ମଡେଲ ଆଣିବାକୁ ଯାଉଛି। ନୂଆ ମଡେଲ ଗତ ଦିନରେ ଟୋକିଓ ମୋଟର ସୋ ରେ ପ୍ରଦର୍ଶନ କରାଯାଇଛି। କମ୍ପାନୀ ଏହାର କନସେପ୍ଟ ମଡେଲକୁ ସୋ କରାଇଛି। ଏବେ କିନ୍ତୁ ଏହାର ଏକ ଭିଡ଼ିଓ ଭାଇରାଲ ହେଉଛି।

ମାରୁତି ସୁଜୁକି ସ୍ୱିଫ୍ଟ ଲଞ୍ଚ ପରଠୁ ହିଁ ଲୋକଙ୍କ ମନ ପସନ୍ଦ ହୋଇ ରହିଛି। କମ୍ପାନୀ ଯେତେବେଳେ ଏହାର ଯେଉଁ ନୂଆ ମଡେଲ ଲଞ୍ଚ କରିବ ତାକୁ ନେଇ ଅନେକ କାର ପ୍ରେମୀ ଏକ୍ସାଇଟେଡ ଥାଆନ୍ତି। ଯେମିିତିକି ଏହି ଖବରକୁ ନେଇ ଅଛନ୍ତି। ଆଜ୍ଞା ହଁ, ଖୁବ ;ଶୀଘ୍ର ମାରୁତି ସୁଜୁକି ତାର ନୂଆ ସ୍ୱିଫ୍ଟ ମଡେଲକୁ ଲଞ୍ଚ କରିବାକୁ ଯାଉଛି।

ମାରୁତି ସୁୁଜୁକି ସ୍ୱିଫ୍ଟ ଲଞ୍ଚ ପରଠୁ ଭାରତୀୟ କ୍ରୟତାଙ୍କ ମଧ୍ୟରେ ଏକ ଲୋକପ୍ରିୟ ହ୍ୟାଚବ୍ୟାକ ରହିଛି। ଚଳିତ ବର୍ଷରେ ଆମେ ସ୍ୱିଫ୍ଟର ଅନେକ ମଡେଲ ଦେଖିସାରିଛୁ। ଆଗାମୀ ବର୍ଷ ସେ ସ୍ୱିଫ୍ଟର ଏକ ନୂଆ ସଂସ୍କରଣ ବା ମଡେଲ ଆଣିବାକୁ ଯାଉଛି। ନୂଆ ମଡେଲ ଗତ ଦିନରେ ଟୋକିଓ ମୋଟର ସୋ ରେ ପ୍ରଦର୍ଶନ କରାଯାଇଛି। କମ୍ପାନୀ ଏହାର କନସେପ୍ଟ ମଡେଲକୁ ସୋ କରାଇଛି। ଏବେ କିନ୍ତୁ ଏହାର ଏକ ଭିଡ଼ିଓ ଭାଇରାଲ ହେଊଛ। ଆଉ ଆଶା କରାଯାଉଛି ଯେ କମ୍ପାନୀ ଆଗାମୀ ବର୍ଷରେ ଏଭଳି ମଡେଲକୁ ସାମ୍ନାକୁ ଆଣିପାରେ।

ଭିଡ଼ିଓକୁ ମୋଟର ଓ୍ଵାଲର୍ଡ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛି। ଏଥିରୁ ଆପଣ ଠିକ ଭାବେ ବୁଝିପାରିବେ ଯେ ଆଗାମୀ ମଡେଲ କେମିତି ହେବ। ଏହାର ଫ୍ରଣ୍ଟ ଏଣ୍ଡ, ଗ୍ରିଲ , ବୋନଟ ଓ ହେଡଲାମ୍ପସ୍‌ ର ସଟ୍‌ ସାମ୍ନାକୁ ଆସିଛି। ଏହା ରାସ୍ତାରେ ଚାଲିବା ସମୟରେ ଏହାର ଲୁକ କେମିତି ଆସିବ ତାହା ମଧ୍ୟ ଆପଣ ଜାଣିପାରିବେ। ଏହାର ବଢ଼ିଆ ଗ୍ଲେଜ ଓ ସ୍ପୋର୍ଟି ଲୁକ ଆପଣଙ୍କୁ ପସନ୍ଦ ଆସିବ ବୋଲି ଆଶା।

ଏଥିରେ ଗ୍ଲାସ ବ୍ଲେକ ଫିନିଶ ସହିତ ଫ୍ରଣ୍ଟ ଗ୍ରିଲ ଦେଖାଯାଉଛି। ପ୍ରିମିୟମ ଲକୁ ଦେବା ପାଇଁ ସବୁକିଛି ରେ ଭିନ୍ନ ଟଚ୍‌ ଦୀିଆଯାଇଛି। ଏହାର ହ୍ୟାଣ୍ଡଲାମ୍ପରେ ପରିବର୍ତ୍ତନ ଆସିଛି। ସ୍ୱିଫ୍ଟର ବମ୍ପରରେ ଫଗ୍‌ ଲ୍ୟାମ୍ପ ମଧ୍ୟ ଲଗାଯାଇଛି। ବୋନଟର ଡିଜାଇନ ଅଲଗା ରହିଛି। ସାଇଡ ପ୍ରୋଫାଇଲରେ ଆଲାଓ ହ୍ଵିଲ ରହିଛି। ଏହାର ପଛ ଡିକିକୁ ମଧ୍ୟ ନୂଆ ଭାବେ ଡିଜାଇନ କରାଯାଇଛି। ଏଥିରେ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଏଥିରେ ଥ୍ରୀ ସିଲିଣ୍ଡର ନାଚୁରାଲ ଏସ୍ପିରେଟେଡ ୟୁନିଟ ରଖାଯାଇଛି। ମାନେ ମୋଟ ଉପରେ ଆଗାମୀ ମଡେଲରେ ଆପଣ ବର୍ତ୍ତମାନଠୁ ଢ଼େର ଅଧିକ ଇନ୍ଧନ କ୍ଷମତା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.