ତରଳି ଯାଉଛି iPhone 15 Pro, ଫୋନ ଦେଖିବା ପରେ ୟୁଜରଙ୍କ ଉଡ଼ିଲା ହୋସ

Apple ଚଳିତ ବର୍ଷ ଏହାର iPhone 15 ଲାଇନ୍ଅପ୍ ଲଞ୍ଚ କରିଛି ଯେଉଁଥିରେ iPhone 15 Pro ଏବଂ Pro Max ସାମିଲ ଅଛି । କିନ୍ତୁ ବର୍ତ୍ତମାନ ଏହି ଦୁଇଟି ଫୋନକୁ ଓଭର ହିଟିଂ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

iPhone ଧରିବାକୁ କାହାର ବା ଇଚ୍ଛା ନଥାଏ । ବର୍ତ୍ତମାନ ସମୟରେ iPhone ଧରିବା ଅତି ସାଧାରଣ କଥା । କିନ୍ତୁ ଥରେ ଭାବନ୍ତୁ ତ ଆପଣ ଶୋଇଥିବେ ଆଉ ନିଦରୁ ଉଠି ଦେଖିବେ ଆପଣଙ୍କ ଫୋନ ତରଳି ଯାଇଛି ଆପଣ କଣ କରିବେ । ତେବେ ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ iPhone ୟୁଜର ଚିନ୍ତାରେ ଅଛନ୍ତି । Apple ଚଳିତ ବର୍ଷ ଏହାର iPhone 15 ଲାଇନ୍ଅପ୍ ଲଞ୍ଚ କରିଛି ଯେଉଁଥିରେ iPhone 15 Pro ଏବଂ Pro Max ସାମିଲ ଅଛି । କିନ୍ତୁ ବର୍ତ୍ତମାନ ଏହି ଦୁଇଟି ଫୋନକୁ ଓଭର ହିଟିଂ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । IOS 17.0.3 ଅପଡେଟ୍ ଆସିବା ପରେ ମଧ୍ୟ ୟୁଜରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନିକଟରେ ହୋଇଥିବା ଏହି ଘଟଣା ଡିଭାଇସର ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠାଇଛି । କିଛି ଲୋକଙ୍କ ଅନୁସାରେ ହାର୍ଡୱେର୍ ପାଇଁ ଏହି ସମସ୍ୟା ହେଉଛି ତ କିଛି ଲୋକଙ୍କ ଅନୁସାରେ ଏହି ସମସ୍ୟା ସଫ୍ଟୱେର୍ ପାଇଁ ହେଉଛି ।

ଆପଲ୍ କହିବା ଅନୁସାରେ ଅଧିକାଂଶ ସମସ୍ୟା ସଫ୍ଟୱେରକୁ ନେଇ ହେଉଛି ଏବଂ ଏଥିପାଇଁ କମ୍ପାନୀ ଏକ ଅପଡେଟ୍ ଜାରି କରିଛି ଯାହା ଓଭର ହିଟିଂ ସମସ୍ୟାର ସମାଧାନ କରିବ ବୋଲି ଦାବି କରିଛି । କିନ୍ତୁ iOS 17.0.3 ଅପଡେଟ୍ ଓଭର ହିଟିଂ ସମସ୍ୟାକୁ କମ୍‌ କରିପାରି ନାହିଁ । କାରଣ ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣାପଡ଼ିଛି ଯେ ଫୋନରେ କୌଣସି ସମୟରେ କିଛି ବି ସମସ୍ୟା ଆସିପାରେ ।

ଜଣେ ରେଡ୍ଡିଟ୍ ୟୁଜର ରାତିରେ ଶୋଇଥିବା ସମୟରେ ପ୍ଲାଷ୍ଟିକ୍ ଜଳୁଥିବାର ଗନ୍ଧ ହୋଇଥିଲା ତେଣୁ ସେ ନିଦରୁ ଉଠିଥିଲେ । ଆଉ ତାପରେ ଯାହା ଦେଖିଥିଲେ ସେ ତାଙ୍କ ଆଖିକୁ ବିଶ୍ୱାସ କରି ପାରି ନଥିଲେ । କାରଣ ସେ ଯେଉଁ iPhone 15 Proକୁ ବ୍ୟବହାର କରୁଥିଲେ ତାହା ସମ୍ପୂର୍ଣ୍ଣ ତରଳି ଯାଇଥିଲା । ଡିଭାଇସର ବ୍ୟାଟେରୀ ଏତେ ଗରମ ହୋଇଯାଇଥିଲା ଯେ ଏହା ପ୍ଲାଷ୍ଟିକ ବ୍ୟାକ୍‌ ପ୍ୟାନେଲକୁ ମଧ୍ୟ ତରଳାଇ ଦେଇଥିଲା । ୟୁଜର ଜଣକ କହିଛନ୍ତି ଯେ ଡିଭାଇସରେ କୌଣସି ସ୍କ୍ରିନ୍ ପ୍ରୋଟେକ୍ଟର ନଥିଲା । ଏହି ଘଟଣା ଏକ ଚିନ୍ତାର କାରଣ ଯେ iPhone 15 Pro କିପରି ଏତେ ଅଧିକ ଗରମ ହେଲା ।

ରେଡ୍ଡିଟ୍ ୟୁଜରଜଣକ ନିକଟରେ ତାଙ୍କ iPhone ମେଲ୍ଟ ହୋଇଥିବାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର iPhone ପୂରା ତରଳି ଯାଇଥିବା ଦେଖିବାକୁ ମିଳିଛି । ଫଟୋରେ ଡିଭାଇସର ଫ୍ରଣ୍ଟ କ୍ୟାମେରା ଏବଂ ଡାଇନାମିକ୍ ଆଇଲ୍ୟାଣ୍ଡ ଏକା ସହିତ ଯୋଡ଼ି ହୋଇଯାଇଥିଲା ଏବଂ ଡିସପ୍ଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହି ଘଟଣା iPhone ୟୁଜରଙ୍କ ଚିନ୍ତା ବଢ଼ାଇଛି । ୟୁଜର ତୁରନ୍ତ ନିକଟରେ ଥିବା ଆପଲ୍ ଷ୍ଟୋର୍‌କୁ ଯାଇ ତାଙ୍କ ନଷ୍ଟ ହୋଇଯାଇଥିବା ଡିଭାଇସ ପାଇଁ ଏକ ଫ୍ରି ରିପ୍ଲେସମେଣ୍ଟ ପାଇଥିଲେ । ଆପଲର କର୍ମଚାରୀମାନେ ଫୋନକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ପୂର୍ବରୁ ଏଭଳି କେବେ ଦେଖିନଥିବା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.