ଗ୍ରାହକଙ୍କ ପାଇଁ ଖୁସି ଖବର ହ୍ରାସ ପାଇଲା ତେଲ ଦର, ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା କମିଲା ୩ ଟଙ୍କା

ଦେଶରେ ବୁଧବାର ଅର୍ଥାତ ଆଜି ତେଲ ଦର ବହୁତ ମାତ୍ରାରେ ହ୍ରାସ ପାଇଛି। ଦିଲ୍ଲୀରେ ଗୋଟେ ଲିଟର ପେଟ୍ରୋଲର ଦାମ ୨.୬୯ ଟଙ୍କା ଏବଂ ଡିଜେଲର ଦାମ ୨.୩୩ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ୭୦.୨୯ ଏବଂ ଡିଜେଲ ୬୩.୦୧ ଟଙ୍କା ପ୍ରତି ଲିଟର ହୋଇଯାଇଛି।


କୋଲକାତା, ମୁମ୍ବାଇରେ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ କ୍ରମଶଃ ୭୨.୯୮, ୭୫.୯୯ ଏବଂ ୭୩.୦୨ ଟଙ୍କା ରହିଛି। ସେହିପରି ଏହିସବୁ ମହାନଗରରେ ଡିଜେଲ ପାଇଁ ଲୋକଙ୍କୁ କ୍ରମଶଃ ୬୫.୩୫, ୬୫.୯୭ ଏବଂ ୬୬.୪୮ ଟଙ୍କା ଦେବାକୁ ହେବ। ଦିଲ୍ଲୀ ଏବଂ କୋଲକାତାରେ ପେଟ୍ରୋଲର ଦାମ ହ୍ରାସ ପାଇଛି କିନ୍ତୁ ମୁମ୍ବାଇ ଏବଂ ଚେନ୍ନାଇରେ ଏହାର ଦାମରେ କିଛି ପରିବର୍ତ୍ତନ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.