Gmartର 4ର୍ଥ ବାର୍ଷିକ ଉତ୍ସବ ପାଳିତ, ନିଜସ୍ୱ କ୍ୟାଟରିଙ୍ଗ ବ୍ୟବସ୍ଥାର କଲା ଶୁଭ ଉଦଘାଟନ
ଭୁବନେଶ୍ୱର: ପାଳିତ ହୋଇଯାଇଛି Gmartର 4ର୍ଥ ବାର୍ଷିକ ଉତ୍ସବ। ଏହି ଅବସରରେ gmart ତାର ନିଜସ୍ୱ କ୍ୟାଟରିଙ୍ଗ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛି। Gmat ନିଜର ଇଭେଣ୍ଟ ଓ online ସେଲରେ ଅନେକ ସଫଳତା ହାସଲ କରିବା ପରେ କ୍ୟାଟ୍ରିଙ୍ଗ ବ୍ୟବସ୍ଥା ଉପରେ ବେଶ ଆଶା ରଖିଛି। ପୂର୍ବ ଭଳି ସମସ୍ତେ ଏହି ବ୍ୟବସ୍ଥାକୁ ଆପଣାଇବା ପାଇଁ gmart ମାଲିକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଆଶା ରଖିଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, Gmatର ସମସ୍ତ କର୍ମକର୍ତା ତାଙ୍କ ପରିବାର, ତେଣୁ ସେ କେବେ ସେମାନଙ୍କୁ କର୍ମୀ ବୋଲି ଭାବି ନାହାନ୍ତି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ନିଯୁକ୍ତି କମିଶନର ଶ୍ରୀମତୀ ମଞ୍ଜୁଲତା ବେହେରା ଯୋଗ ଦେଇଥିବାବେଳେ, ଅତିରିକ୍ତ ଅତିଥି ଭାବେ ଡ଼ଃ. ସୁମିତ ଶୁଭଦର୍ଶୀ ମହାନ୍ତି ଯୋଗ ଦେଇଥିଲେ । ଭୁବନେଶ୍ୱର କୋଳଥିଆ ଠାରେ ଏକ ଘରୋଇ ହୋଟେଲରେ Gmat ୟୁନିଟର ଏହି ଉତ୍ସବ ପାଳିତ ହୋଇ ଯାଇଛି ।