ବ୍ରାହ୍ମଣୀପାଳରେ ପାଗଳା କୁକୁର ଆତଙ୍କ ; ଗର୍ଭବତୀ ମହିଳାଙ୍କୁ ଆକ୍ରମଣ
ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳରେ ପାଗଳା କୁକୁର ଆତଙ୍କ। 2 ଦିନ ମଧ୍ୟରେ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ କୁକୁର ଆକ୍ରମଣ କରିଥିବା ବେଳେ ଜଣେ ଶିଶୁ ଗୁରୁତର ଅବସ୍ଥାରେ କେନ୍ଦୁଝର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କିଛି ଆହତ ବ୍ରାହ୍ମଣୀପାଳ ମେଡିକାଲ ଓ ଯାଜପୁର ଜିଲ୍ଲା ଦାନଗଦି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ଏପରିକି ଆଜି କୁକୁରଟି ଜଣେ ଗର୍ଭବତୀ ମହିଳାଙ୍କ ପେଟରେ ଆକ୍ରମଣ କରିଛି। ପୋଲିସ କୁକୁରକୁ ଆୟତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।