ଇଣ୍ଡୋ- ପାକ୍ ସୀମାରୁ ୪୦ କୋଟି ଟଙ୍କାର ହେରୋଇନ ଜବତ
ଫିରୋଜପୁର : ପାକସ୍ତାନ ସବୁବେଳେ ନିଜର ହୀନ ଚକ୍ରାନ୍ତ ପାଇଁ ଜଣାଶୁଣା। ଏମିତିରେ ଏବେ ଏକ ଖବର ଆସିଛି, ଯାହା ଆପଣ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଇଣ୍ଡୋ-ପାକ୍ ସୀମାରୁ ଭାରତୀୟ ଯବାନ ୪୦ କୋଟି ଟଙ୍କା ହେରୋଇନ ଜବତ କରିଛି।
ସତଲୁଜ ନଦୀର ଜଳସ୍ତର ବଢିବା ସହିତ ପାକିସ୍ତାନ ଏହା ଜରିଆରେ ଭାରତରେ ନିଶା କାରବାର କରିବ ବୋଲି ଭାବିଥିଲା। କିନ୍ତୁ ଭାରତୀୟ ବିଏସ୍ଏଫ ପାକିସ୍ତାନର ଏହି ଚାଲକୁ ବିଫଳ କରିଦେଇଛନ୍ତି। ଏହି ନଦୀ ଜରିଆରେ ପାକିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ପଠାଉଥିଲା। କିନ୍ତୁ ବିଏସ୍ଏଫର ୧୩୬ ବାଟାଲିଅନର ମୋଟରବୋଟ ଟିମ୍ ବର୍ଡରରୁ ୮ କିଲୋଗ୍ରାମର ହେରୋଇନ ଏବଂ ୫୫ ଗ୍ରାମ ଅଫିମ ଜବତ କରିଛି। ଏହାକୁ ପାକିସ୍ତାନ ପଟରୁ ଏକ ଟ୍ୟୁବ ଭିତରେ ବନ୍ଦ କରାଯାଇ ପାଣିରେ ଭସାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହାପୂର୍ବରୁ ବିଏସ୍ଏଫ ଟିକ ଦ୍ୱାରା ୩ ରୁ ୫ କିଲୋଗ୍ରାମର ହେରୋଇନ ଜବତ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ଚାରିଦିନ ପୂର୍ବରୁ ପଞ୍ଜାବର ଫିରୋଜପୁରରେ ୩ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧୫ କୋଟି ଟଙ୍କା ହେବ । ଏହାକୁ ମଧ୍ୟ ୧୩୬ ବାଟାଲିଅନ ଟିମ୍ ଜବତ କରିଥିଲା।