ନୂଆବର୍ଷ ଭେଟି ଦେଲେ କେନ୍ଦ୍ର ସରକାର: ୮୦ କୋଟି ଲୋକଙ୍କୁ ଆଉ ବର୍ଷେ ମିଳିବ ମାଗଣା ଶସ୍ୟ

ଦେଶର ୮୦ କୋଟି ଲୋକଙ୍କୁ ନୂଆବର୍ଷ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧୀନରେ ଲୋକମାନଙ୍କୁ ମାଗଣାର ଦିଆଯାଉଥିବା ଖାଦ୍ୟଶସ୍ୟର ମହଲତକୁ ସରକାର ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବା ପାଇଁ ଏକ ରାସନ କାର୍ଡ ରହିବା ଆବଶ୍ୟକ। ବିନା ରାସନ କାର୍ଡରେ ସରକାରଙ୍କ ମାଗଣା ରାସନ ଯୋଜନା ଉପଲବ୍ଧ ହୋଇପାରିବ ନାହିଁ। ଯଦି ଆପଣ ଏପର୍ଯ୍ୟନ୍ତ ଏକ ରାସନ କାର୍ଡ ତିଆରି କରିନାହାଁନ୍ତି। ତେବେ ଆପଣ ଏହାକୁ ଘରେ ବସି ଅତି ସହଜରେ ଅନଲାଇନରେ କରିପାରିବେ।

ଅନଲାଇନରେ କିପରି କରିବେ ଆବେଦନ

ବର୍ତ୍ତମାନ ରାସନ କାର୍ଡ ପାଇବା ବହୁତ ସହଜ ହୋଇଯାଇଛି। ଏଥିପାଇଁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପଡିବ ନାହିଁ। ବର୍ତ୍ତମାନ ଏହା ସହିତ ଜଡିତ ଅଧିକାଂଶ କାର୍ଯ୍ୟ ଅନଲାଇନରେ ହୋଇପାରିବ। ଆପଣ ଅନଲାଇନ୍ ରାସନ କାର୍ଡ ପାଇଁ ଅତି ସହଜରେ ଆବେଦନ କରିପାରିବେ ଏବଂ ଆପଣଙ୍କ କାର୍ଡର ସ୍ଥିତିକୁ ମଧ୍ୟ ଟ୍ରାକ୍ କରିପାରିବେ। ଆପଣ ନିଜ ରାଜ୍ୟର ଖାଦ୍ୟ, ଯୋଗାଣ ଉପଭୋକ୍ତା ବିଭାଗର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଏହା ପାଇଁ ଆବେଦନ କରିପାରିବେ।

ଉଦାହର ସ୍ୱରୂପ ଯଦି ଆପଣ ଉତ୍ତରପ୍ରଦେଶର ବାସିନ୍ଦା ତେବେ https://fcs.up.gov.in/FoodPortal.aspx ୱେବସାଇଟ୍ କୁ ଯାଇ ମେନ ପେଜ୍ ରେ ଲଗଇନ୍ କରନ୍ତୁ ଏବଂ ‘NFSA 2013 ଆବେଦନ ଫର୍ମ’ ଉପରେ କ୍ଲିକ୍ କରନ୍ତୁ । ଏଥିରେ ଦିଆଯାଇଥିବା ସମସ୍ତ ବିବରଣୀରେ ତଥ୍ୟ ପୂରଣ କରନ୍ତୁ। ଏହା ପରେ ଆପଣଙ୍କୁ ଆପଣଙ୍କର ଡକ୍ୟୁମେଣ୍ଟ୍ ଆଧାର କାର୍ଡ, ଆବାସିକ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ପାସପୋର୍ଟ ସାଇଜ୍ ଫଟୋ ଏବଂ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଅପଲୋଡ୍ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଅନଲାଇନ୍ ରାସନ କାର୍ଡ ଫି ପୂରଣ କରିବାକୁ ପଡିବ। ଫି ଭରିବା ପରେ ସବମିଟ ବଟନ୍ ଉପରେ କ୍ଲିକ୍ କରନ୍ତୁ। ଏହି ଉପାୟରେ, ଆପଣଙ୍କର ରାସନ କାର୍ଡ ତିଆରି ପାଇଁ ଆବେଦନ ହୋଇଯିବ। ଏଥିରେ ଆବେଦନକାରୀଙ୍କୁ ବିଭିନ୍ନ ବର୍ଗ ଅନୁଯାୟୀ ୫ ରୁ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ।

ଆପଣଙ୍କର ଆବେଦନ ଏବଂ ଏଥିରେ ଦିଆଯାଇଥିବା ସମସ୍ତ ସୂଚନା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ହେବ। ଯଦି ଆପଣଙ୍କର ସମସ୍ତ ସୂଚନା ସଠିକ୍ ଥିବ ତେବେ ଏକ ମାସ ମଧ୍ୟରେ ଆପଣଙ୍କୁ ଏକ ରାସନ କାର୍ଡ ଦିଆଯିବ। ରାସନ କାର୍ଡ ମିଳିବା ପରେ ଆପଣ ସରକାରୀ ବଣ୍ଟନ କେନ୍ଦ୍ର ମାଧ୍ୟମରେ ମାଗଣାରେ ରାସନ ପାଇପାରିବେ। ଯଦି ରାସନ କାର୍ଡରେ ଚାରି ଜଣଙ୍କ ନାମ ପଞ୍ଜିକୃତ ହୋଇଥିବ, ତେବେ ପ୍ରତି ବ୍ୟକ୍ତିଙ୍କ ମୁଣ୍ଡ ପିଛା ପାଞ୍ଚ କିଲୋଗ୍ରାମ ରାସନ ଦିଆଯିବ। ଏଥିପାଇଁ ଆପଣଙ୍କ ଆଧାରକୁ ରାସନ କାର୍ଡ ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ସେଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ମଧ୍ୟ ରହିବା ଦରକାର।

ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ)ର ହିତାଧିକାରୀ ପରିବାର ମାସକୁ ୩୫ କେଜି ଖାଦ୍ୟଶସ୍ୟ ପାଉଛନ୍ତି। ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ କେଜି ପିଛା ୩ ଟଙ୍କାରେ ଚାଉଳ ଓ କେଜି ପିଛା ୨ ଟଙ୍କାରେ ଗହମ ଦିଆଯାଉଛି। ମାଗଣା ଶସ୍ୟ ବଣ୍ଟନ ସ୍କିମ୍‌ର ଅବଧିକୁ ଆଉ ବର୍ଷେ ବୃଦ୍ଧି କରାଯାଇଥିବାରୁ ଏବାବଦରେ ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କା ବହନ କରିବାକୁ ପଡ଼ିବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସରକାର ବଢ଼ାଇନାହାନ୍ତି। ଚଳିତ ମାସ ୩୧ରେ ଏହାର ମହଲତ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.