କମିଲା କାର୍ପୋରେଟ୍‌ ଟ୍ୟାକ୍ସ, ସର୍‌ଚାର୍ଜ ୩୦%ରୁ ୨୫%କୁ ହ୍ରାସ ହୋଇପାରେ ବୋଲି ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ମାନ୍ଦାବସ୍ଥା ଦେଇ ଗତି କରୁଛି ଦେଶର ଅର୍ଥନୀତି । ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଇ ନେଉଛନ୍ତି ବିଦେଶୀ ନିବେଶକ । ବଜେଟ୍‌ରେ କମ୍ପାନିଗୁଡ଼ିକ ଉପରେ ସର୍‌ଚାର୍ଜ ବୃଦ୍ଧି କରାଯିବା ଫଳରେ ନିରାଶା ଦେଖିବାକୁ ମିଳିଛି । ବଜେଟ୍‌ ଘୋଷଣା ହେବା ଦିନଠୁ ଆଜି ପର୍ଯ୍ୟନ୍ତ ଟ୍ୟାକ୍ସକୁ ନେଇ ଚିନ୍ତାରେ ଅଛନ୍ତି ସବୁ କମ୍ପାନୀ । ଯାହାକୁ ନେଇ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି । ବହୁ ବିଳମ୍ବରେ ହେଲେ ବି ଏଥିରେ ସୁଧାର ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।

ଏଭଳିସ୍ଥିତିରେ ସମସ୍ତ କମ୍ପାନୀର କର୍ପୋରେଟ୍‌ ଟ୍ୟାକ୍ସ ରେଟ୍‌କୁ ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ କମାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ପ୍ରତ୍ୟକ୍ଷ ଟ୍ୟାକ୍ସକୁ ନେଇ ଗଠିତ ଜାତୀୟ ବୋର୍ଡ ପ୍ୟାନେଲ୍‌ । ବର୍ଷକୁ ୪୦୦ କୋଟିରୁ ଅଧିକ ବ୍ୟବସାୟ କରୁଥିବା କମ୍ପାନି ଗୁଡ଼ିକ ଉପରେ ସର୍‌ଚାର୍ଜକୁ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏନେଇ ଗତକାଲି ସମିତି ଏକ ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛି । ଏଥିସହ ଟ୍ୟାକ୍ସ ପୈଠ କରିବା ପ୍ରକ୍ରିୟାକୁ ସରଳୀକରଣ କରିବାକୁ ପ୍ରସ୍ତାବ ଦେଇଛି ସମିତି । ଏହା ଉପରେ ସରକାର ବିଚାର କରୁଛନ୍ତି । ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ସରକାର ଆଗାମୀ ଦିନରେ ସମସ୍ତ କମ୍ପାନିଗୁଡ଼ିକର ସର୍‌ଚାର୍ଜ ୨୫ ପ୍ରତିଶତକୁ ହ୍ରାସ କରିବା ନେଇ ଘୋଷଣା କରିପାରନ୍ତି । ଯାହା ଦେଶର ପ୍ରାୟ ୯୯ ପ୍ରତିଶତ କମ୍ପାନିଙ୍କୁ ଫାଇଦା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.