ରସଗୋଲା ଖୁସିରେ ରସଗୋଲା ବଣ୍ଟନ, ଯାଜପୁର ଜିଲ୍ଲାରେ ଏମିତି ହେଲା ପାଳନ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ରସଗୋଲାର ଜି.ଆଇ ମାନ୍ୟତା ପ୍ରାପ୍ତି ନେଇ ରସଗୋଲା ବଂଟନ କରାଯାଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲାପାଳ ରଞ୍ଜନ କୁମାର ଦାସ ଏହି ରସଗୋଲା ବଂଟନ କରିଥିଲେ । ପୁର୍ବରୁ ଏହି ରସଗୋଲା କୁ ନେଇ ଜି.ଆଇ ବିବାଦ ଉପୁଜିଥିଲା । ତେବେ ବର୍ତ୍ତମାନ ଓଡ଼ିଶାର ରସଗୋଲାକୁ ଜି.ଆଇ ମାନ୍ୟତା ମିଳିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଏହି ରସଗୋଲା ବଂଟନ କାର୍ଯ୍ୟରେ ଜିଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଙ୍କ ସମେତ ପଦସ୍ଥ ଅଧିକାରୀ ଓ ପୋଲିସ୍ ଅଧିକାରୀ ମାନେ ଯୋଗ ଦେଇଥିଲେ ।