Below header

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ରେ ଚାକିରି କରିବାକୁ ଚାହୁଁଛନ୍ତି କି, ଏପରି କରନ୍ତୁ ଆବେଦନ

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ ମ୍ୟାନେଜର୍ ଏବଂ ଜୁନିୟର ଏକ୍‌ଜିକ୍ୟୁଟିଭ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୩୬୮ଟି ପଦବୀ ଖାଲି ପଡିଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ AAI ର ଅଫିସିଆଲ େଓ୍ଵବସାଇଟ୍ ଜରିଆରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ୧୪ ଜାନୁଆରୀ ୨୦୨୧କୁ ସ୍ଥିର କରାଯାଇଛି।

AAI_Recruitmentପଦବୀ ବିବରଣୀ

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ନିଯୁକ୍ତି ପାଇଁ ସମୁଦାୟ ୩୬୮ ଟି ପଦବୀ ଖାଲି ରହିଛି। ଏହିସବୁ ପଦବୀ ମଧ୍ୟରୁ ମ୍ୟାନେଜର(ଫାଞାର ସର୍ଭିସ୍) ପଦବୀରେ ୧୧ ପଦ, ମ୍ୟାନେଜର୍ (ଟେକ୍ନିକାଲ) ପଦବୀରେ ୨ ପଦ, ଜୁନିୟର୍ ଏକ୍‌ଜିକ୍ୟୁଟିଭ୍ (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ) ପଦବୀରେ ୨୬୪ ପଦ, ଜୁନିୟର ଏକ୍‌ଜିକ୍ୟୁଟିଭ୍ (ଏୟାର୍ ଅପରେସନ୍) ପଦବୀରେ ୮୩ ପଦ ଏବଂ ଜୁନିୟର ଏକ୍‌ଜିକ୍ୟୁଟିଭ୍ (ଟେକ୍ନିକାଲ) ପଦବୀରେ ୮ ଟି ପଦ ପାଇଁ ଆବେଦନ ଜାରି କରାଯାଇଛି।

ବୟସ ସୀମା

ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୩୨ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଜୁନିୟର ଏକ୍‌ଜିକ୍ୟୁଟିଭ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୨୭ ବର୍ଷ ନିର୍ଦ୍ଧାରିତ କରାଯାଇଛି। ସେହିଭଳି ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।

aaiଚୟନ ପ୍ରକ୍ରିୟା

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ ଅନଲାଇନ୍ ପରୀକ୍ଷାରେ ପାଇଥିବା ମାର୍କ ଅନୁଯାୟୀ ଚୟନ କରାଯିବ। ସର୍ଟ ଲିଷ୍ଟ କରାଯାଇଥିବା ଆବେଦନକାରୀଙ୍କୁ ଡକ୍ୟୁମେଣ୍ଟସ୍ ଭେରିଫିକେସନ୍/ ଇଣ୍ଟରଭ୍ୟୁ/ଫିଜିକାଲ ମେଜରମେଣ୍ଟ ଏବଂ ଡ୍ରାଇଭିଂ ଟେଷ୍ଟ ପାଇଁ ଡକାଯିବ।

ଆବେଦନ ପ୍ରକ୍ରିୟା

ଉକ୍ତ ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀ ସଂସ୍ଥାନର ଅଫିସିଆଲ େଓ୍ଵବସାଇଟ୍ ଜରିଆରେ ଆବେଦନ କରିପାରିବେ। ଉକ୍ତ ପଦବୀରେ ଆବେଦନ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୦ରୁ ଆରମ୍ଭ ହେବ। ସେହିଭଳି ଆବେଦନ କରିବାର ଶେଷ ତାରିଖ ୧୪ ଜାନୁଆରୀ ୨୦୨୧ ରହିଛି। ଯେଉଁ ଆବେଦନକାରୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ୧ ହଜାର ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଏସସି/ଏସଟି ମହିଳା ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ୧୭୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.