ଟ୍ରେନଠୁ ବି କମ୍‌ ଦାମରେ ବିମାନ ଯାତ୍ରା କରାଉଛି ‘ଏୟାର ଇଣ୍ଡିଆ’, ଅଫର୍‌ କେବଳ ସୀମିତ ଦିନ ପାଇଁ

ଏୟାର ଇଣ୍ଡିଆର ରିଜିଓନାଲ୍‌ ୟୁନିଟ୍‌ ‘ଆଲିୟାନ୍ସ ଏୟାର’ ନିଜର ପୂରା ନେଟ୍‌ଓ୍ଵାର୍କରେ ସୁଲଭ ଦାମ୍‌ରେ ବିମାନ ଟିକେଟ୍‌ ଘୋଷଣା କରିଛି, ଯାହାର ମୂଲ୍ୟ ୯୯୦ ଟଙ୍କାରୁ ଆରମ୍ଭ ହେଉଛି। ଏହା ସୀମିତ ଦିନ ପାଇଁ ଉପଲବ୍ଧ ରହିବ। ଆଲିୟାନ୍ସ ଏୟାର ସୂଚନା ଦେଇଛି ଯେ ‘ସ୍ୱାଧୀନତା ଦିବସ ବିକ୍ରି ମେଳା’ ଅବସରରେ ରେଳ ଟିକେଟ୍‌ ଦାମଠାରୁ ବି କମ୍‌ ଦାମରେ ବିମାନ ଟିକେଟ୍‌ ଉପଲବ୍ଧ କରାଯାଉଛି। ଫଳରେ ଟ୍ରେନ ଯାତ୍ରୀ ମଧ୍ୟ ବିମାନ ଯାତ୍ରା କରିପାରିବେ। ଏୟାର ଲାଇନ୍‌ କହିଛି, ଏହି ସୁଲଭ ମୂଲ୍ୟରେ ଅଗଷ୍ଟ ୩ରୁ ୯ ତାରିଖ ମଧ୍ୟରେ ଟିକେଟ୍‌ ବୁକ୍‌ କରାଯାଇ ପାରିବ। ଯାତ୍ରୀମାନେ ୩ ଅଗଷ୍ଟରୁ ସେପ୍ଟେମ୍ବର ୩୦ ପଯ୍ୟର୍ନ୍ତ ଯାତ୍ରା କରିପାରିବେ।

ତେବେ ଏହି ଖବର ଏୟାର ଇଣ୍ଡିଆ ବିକ୍ରି ହେବା ଖବର ମଝିରେ ଆସିଛି। ଏଠାରେ କହି ରଖୁଛୁ ଯେ ଭାରତ ସରକାର ଏୟାର ଇଣ୍ଡିଆରେ ନିଜ ଅଂଶ ବିକ୍ରି କରିବାକୁ ଚାହୁଁଛନ୍ତିି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତରମଣ ନିଜର ବଜେଟ ଅଭିଭାଷଣରେ ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ନୂଆ ଯୋଜନା ଆଣିବାକୁ କହିଥିଲେ। ନୀତି ଆୟୋଗ କମ୍ପାନୀର ପୂରା ଅଂଶ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ କେନ୍ଦ୍ର ସରକାର ଏକ ଋଣ କୌଶଳ ନିବେଶକଙ୍କୁ ୭୪ ପ୍ରତିଶତ ଅଂଶ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକି ଏହା ବିକ୍ରି ନ ହେବା ପଛର ବଡ଼ କାରଣ ବୋଲି କୁହାଯାଉଥିଲା। ବର୍ତ୍ତମାନ ସରକାର କମ୍ପାନୀର ୧୦୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

air in

ଏୟାର ଇଣ୍ଡିଆରୁ ବାହାରି ଆସିପାରନ୍ତି ସରକାର
ଏକ ଗଣମାଧ୍ୟମର ଖବର ମୁତାବକ, ସରକାର ଏୟାର ଇଣ୍ଡିଆରୁ ବାହାରି ଆସିପାରନ୍ତି। ଇନ୍‌ଭେଷ୍ଟିମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ବିଭାଗ ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି, ବର୍ତ୍ତମାନ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତାଙ୍କ କହିବାନୁଯାୟୀ, ନିବେଶକ କମ୍ପାନୀର ଅଂଶ କିଣିବାରେ ସରକାରଙ୍କୁ କୌଣସି ଆପତ୍ତି ନାହିଁ।

ଏୟାର ଇଣ୍ଡିଆ ପାଖରେ ଦରମା ଦେବାକୁ ଅର୍ଥ ନାହିଁ
ଏୟାର ଇଣ୍ଡିଆର ଅବସ୍ଥା ଦିନକୁ ଦିନ ଅବନତି ହେବାରେ ଲାଗିଛି। କମ୍ପାନୀର ବିତ୍ତୀୟ ସଙ୍କଟ ଜଟିଳ ହେବାର ଦେଖାଯାଉଛି। ଏୟାର ଇଣ୍ଡିଆ ପାଖରେ ବର୍ତ୍ତମାନ ୨,୫୦୦ କୋଟି ଟଙ୍କା ଅଛି, ଯାହାକି ଭେଣ୍ଡରଙ୍କୁ ଶୁଝିବା ଏବଂ କିଛି ମାସର ଦରମା ଟଙ୍କା ଦେବା ପରେ ଶେଷ ହୋଇଯିବ। ଏୟାର ଇଣ୍ଡିଆ ପ୍ରତି ମାସର ଦରମା ଉପରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ଯଦି ପରିସ୍ଥିତି ଏପରି ରହୁଛି, ତା’ହେଲେ ଅକ୍ଟୋବର ପରେ କମ୍ପାନୀ ଦରମା ବି ଦେଇପାରିବ ନାହିଁ।

ଏହାସହ ପଢ଼ନ୍ତୁ: ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, IRCTC ପକ୍ଷରୁ ଏହି ଖାସ୍ ଟୁର ପ୍ୟାକେଜ୍

ଏୟାର ଇଣ୍ଡିଆ ଉପରେ ୯,୦୦୦ କୋଟିର ଋଣ
ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆକୁ ୯,୦୦୦ କୋଟି ଟଙ୍କାର ଋଣ ଶୁଝିବାକୁ ପଡ଼ିବ। କିନ୍ତୁ ଏହାର ସ୍ଥିତି ବର୍ତ୍ତମାନ ଜଟିଳ ରହିଛି। ଚଳିତବର୍ଷ କମ୍ପାନୀକୁ ଯେଉଁ ଋଣ ଅର୍ଥ ଶୁଝିବାକୁ ଥିଲା, ସେଥିରୁ ଅଧା ଅର୍ଥ ଆଗାମୀ ଆର୍ଥିକ ବର୍ଷ ପାଇଁ ଟାଳିବାକୁ ଚେଷ୍ଟା କରୁଛି। କମ୍ପାନୀ ଏଥିଲାଗି ସରକାରଙ୍କର ସାହାଯ୍ୟ ମାଗିଛି। ସରକାର ଏହି କମ୍ପାନୀରେ ୧୦୦ ପ୍ରତିଶତ ଅଂଶ ବେସରକାରୀ ନିବେଶକଙ୍କୁ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.