Below header

ଅସୁବିଧାରେ ଆପଣଙ୍କ ଡାଟା ! ATM କାର୍ଡ଼ ଜାରି କରିଥିବା କମ୍ପାନି RBIକୁ ଦେଇଛନ୍ତି ଚେତାବନୀ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ କ୍ରେଡ଼ିଟ ଏବଂ ଡ଼େବିଟ କାର୍ଡ଼ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ନିକଟରେ ଗ୍ଲୋବାଲ ପେମେଣ୍ଟ କମ୍ପାନି ମାଷ୍ଟରକାର୍ଡ଼ ଆରବିଆଇକୁ କିଛି ଖାସ ସୂଚନା ପ୍ରଦାନ କରିଛି। ଏହି ସୂଚନା ଅନୁଯାୟୀ, କିଛି ସମୟ ପରେ କମ୍ପାନି ଗ୍ଲୋବାଲ ସର୍ଭରରୁ ଭାରତୀୟ କାର୍ଡ଼ଧାରକଙ୍କ ଡ଼ାଟା ଡ଼ିଲିଟ କରିବା ଆରମ୍ଭ କରୁଛି। ତେବେ ଏହି ପ୍ରକ୍ରିୟା ଦ୍ବାରା କାର୍ଡ଼ଧାରକଙ୍କ ସୁରକ୍ଷାରେ ପ୍ରଶ୍ନ ଉଠିପାରେ ବୋଲି କୁହାଯାଉଛି।

ସୂଚନା ଦେବାକୁ ଯାଇ ମାଷ୍ଟରକାର୍ଡ଼ ଇଣ୍ଡିଆର ମୁଖ୍ୟ ପେରୁଷ ସିଂ କହିଛନ୍ତି, ଏଜେନ୍ସି ସହ କଥାବାର୍ତ୍ତା ସମୟରେ ଜଣାପଡ଼ିଛି କମ୍ପାନି ୨୦୦ରୁ ଅଧିକ ଦେଶ ସହ ବିଜନେସ କରୁଛି। କିନ୍ତୁ ଭାରତ କେବଳ ଏକ ମାତ୍ର ଦେଶ ଯାହାର ସର୍ଭରରୁ ଡ଼ାଟା ଡ଼ିଲିଟ କରିବା କଥା ସେ କହିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଆରବିଆଇ ୧୬ ଅକ୍ଟୋବରରୁ କାର୍ଡ଼ ପେମେଣ୍ଟ କମ୍ପାନି ମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଥିଲା। ଏହା ଦ୍ବାରା କମ୍ପାନି ଭାରତୀୟ ଗ୍ରାହକଙ୍କ ଟ୍ରାଞ୍ଜାକସନ ସମ୍ବନ୍ଧୀୟ ସମସ୍ତ ଡ଼ାଟା ଦେଶ ମଧ୍ୟରେ ହିଁ ଷ୍ଟୋର କରିବାକୁ ପଡ଼ିବ। ଏଥିସହ ବିଦେଶ ସର୍ଭରରେ ଥିବା ଭାରତୀୟ ଗ୍ରାହକଙ୍କ ଡ଼ାଟାକୁ ଡ଼ିଲିଟ କରିବାକୁ ପଡ଼ିବ।

atm

ମାଷ୍ଟରକାର୍ଡ଼ କମ୍ପାନିର କହିବାନୁଯାୟୀ, ସେମାନେ ଅକ୍ଟୋବର ୬ରୁ ହିଁ ଭାରତୀୟ ଗ୍ରାହକଙ୍କ ନେଣଦେଣ ଡ଼ାଟାର ସଂପୂର୍ଣ୍ଣ ସ୍ଥିତି ଭାରତୀୟ ଟେକ୍ନୋଲୋଜି ସେଣ୍ଟରରେ ଷ୍ଟୋର କରିବା ଆରମ୍ଭ କରିଦେଲେଣି। ଏଥିସହ ବିଦେଶରେ ଥିବା ଭାରତୀୟଙ୍କ ଡ଼ାଟାକୁ ମଧ୍ୟ ଡ଼ିଲିଟ କରିବାର ଏକ ନିଶ୍ଚିତ ତାରିଖର ପ୍ରସ୍ତାବ ଦେଇଛି। ଯେଉଁଥିରେ ଏବେ ରିଜର୍ଭ ବ୍ୟାଙ୍କର ସ୍ବୀକ୍ତି ବାକି ରହିଛି। ତେବେ ଆଶାଙ୍କା ରହିଛି କି ଟାଞ୍ଜାକସନର ପୁରୁଣା ଡ଼ାଟା ଡ଼ିଲିଟ ସହ ପେମେଣ୍ଟ ସମ୍ବନ୍ଧୀୟ କିଛି ଅସୁବିଧା ଦେଖାଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.