ବଢ଼ିଲା ଅମୁଲ କ୍ଷୀର ଦର, ଆଜିଠୁ ଲିଟର ପିଛା ଦେବାକୁ ହେବ ଆଉ ଅଧିକ ୨ ଟଙ୍କା

ବଢ଼ିଲା ଅମୁଲ କ୍ଷୀର ଦର। ଆଜି ଅର୍ଥାତ୍ ମଙ୍ଗଳବାର ଠାରୁ ଏହି ନୂଆ ଦର ଲାଗୁ କରିଛି କମ୍ପାନୀ। ଅମୁଲ କ୍ଷୀର ଏବେ ଲିଟର ପିଛା ୨ ଟଙ୍କା ବଢ଼ିଛି। ଦାମ୍ ବଢ଼ିବା ପରେ ଅମୁଲର ୫୦୦ ମିଲି ଲିଟର ଗୋଲ୍ଡ କ୍ଷୀରର ଦାମ୍ ୩୦ ଟଙ୍କା ହୋଇଯିବ। ସେହିପରି ଅଧ ଲିଟର ଅମୁଲ ତାଜା ୨୪ ଟଙ୍କା ଓ ଅମୁଲ ଶକ୍ତି ୨୭ ଟଙ୍କାରେ ମିଳିବ।
This Mahashivaratri, offer your pure devotion to Shiva with pure Amul Milk.#shivratri #mahadev #shiva #shiv #bholenath #mahashivratri #harharmahadev #mahakal #shivshakti #lordshiva #mahakaal #kedarnath #omnamahshivaya #bholebaba #shivshankar #amul #amulmilk pic.twitter.com/Hmmscul5Oo
— Amul.coop (@Amul_Coop) March 1, 2022
ଅମୁଲ ଅନୁସାରେ, ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାରୁ କ୍ଷୀରର ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏହି ଦର ସାରା ଦେଶରେ ଲାଗୁ ହେବ।
AMUL increases the price of milk by Rs 2. The prices will come into effect from tomorrow (March 1, 2022) pic.twitter.com/R2IeDQFtOo
— ANI (@ANI) February 28, 2022
ଅମୁଲ ତରଫରୁ ଜାରି ବୟାନ ମୁତାବକ, ଗତ ୨ ବର୍ଷରେ ଅମୁଲ ଫ୍ରେସ୍ କ୍ଷୀରର ଦାମ୍ କେବଳ ୪ ପ୍ରତିଶତ ବୃଦ୍ଧି ହୋଇଛି। ଏନର୍ଜି, ପ୍ୟାକେଜିଂ, ପରିବହନ, ପଶୁ ଆହାରର ଦରଦାମ୍ ଲଗାତାର ବୃଦ୍ଧି ଯୋଗୁ କ୍ଷୀରର ଉତ୍ପାଦନ ଖର୍ଚ୍ଚ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କ୍ଷୀର ଚାଷୀ କ୍ଷୀର ଦାମ୍ ବଢ଼ାଇଛନ୍ତି। ଏହା ଗତ ବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ।
Also Read: ପାଣିରେ ଏକ ଚିମୁଟା ଲୁଣ ପକାଇ ମୁହଁରେ ଲଗାନ୍ତୁ, ଦୂର ହେବ ସବୁ ତ୍ୱଚା ରୋଗ