ପାଣିରେ ଏକ ଚିମୁଟା ଲୁଣ ପକାଇ ମୁହଁରେ ଲଗାନ୍ତୁ, ଦୂର ହେବ ସବୁ ତ୍ୱଚା ରୋଗ

ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ ଲୋକଙ୍କ ସାମ୍ନାରେ ଭାରି ଲାଜ ଲାଗେ। କୌଣସି ସ୍ଥାନରେ କନ୍ଫିଡେଣ୍ଟରେ କଥା ବାର୍ତ୍ତା କରି ହୁଏ ନାହିଁ। ଯଦି ଆପଣଙ୍କର ମଧ୍ୟ ଏଭଳି ସମସ୍ୟା ରହିଛି, ତେବେ ଲୁଣ ପାଣି ବ୍ୟବହାର କରି ଏହାକୁ ଦୂର କରିପାରିବେ। ଲୁଣ ପାଣିରେ ମୁହଁ ଧୋଇ ତ୍ୱଚାର ଅନେକ ସମସ୍ୟାକୁ ଦୂର କରି ହେବ। ଏଥିପାଇଁ ପାଣିକୁ ଫୁଟାନ୍ତୁ ଓ ଏଥିରେ ନନ୍ ଆୟୋଡାଇଜ୍ଡ ଲୁଣ ମିଶାନ୍ତୁ। ଏହି ମିଶ୍ରଣକୁ ଏୟାରଟାଇଟ୍ ଷ୍ଟୋରେଜ୍ କଣ୍ଟେନର୍ରେ ଭରି ରଖନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ଏହା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହେବ। ତେବେ ଆସନ୍ତୁ ଜାଣିବା ଲୁଣ ପାଣିରେ ମୁହଁ ଧୋଇବାର ଫାଇଦା ସମ୍ପର୍କରେ…
- ଲୁଣ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସବୁ ସମସ୍ୟାରୁ ମୁକ୍ତି ମିଳେ। ଲୁଣ ପାଣିରେ ବ୍ୟାକ୍ଟେରିଆକୁ ଅବଶୋଷିତ କରିବା ଗୁଣ ରହିଛି, ଯାହା ମୁହଁର ଲୋମକୂପକୁ କମ୍ କରିବାରେ ସାହାଯ୍ୟ କରେ। ଏଥିସହ ତ୍ୱଚାକୁ ଟାଇଟ୍ ବି କରିଥାଏ।
- ଲୁଣ ପାଣିରେ ମୁହଁ ଧୋଇବା ଦ୍ୱାରା ସୋରିଆସିସ୍ର ସମସ୍ୟା ଦୂର ହୋଇପାରେ। ଏଥିସହ ଏକ୍ଜିମା ଓ ଡ୍ରାଏ ସ୍କିନ୍ରୁ ବି ମୁକ୍ତି ମିଳେ।
- ଖାଲି ପାଣି ତୁଳନାରେ ଲୁଣ ମିଶା ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ଚମକଦାର ବନେ। ସ୍କିନ୍କୁ ଡିଟକ୍ସ କରିବାରେ ବି ଏହା ସହାୟକ ହୁଏ।
- ଯଦି ନିୟମିତ ଲୁଣ ପାଣିରେ ମୁହଁ ଧୋଉଥାନ୍ତି ତେବେ ତ୍ୱଚା ଅନ୍ୟ ଦିନ ଅପେକ୍ଷା ଅଧିକ ଚମକଦାର ଦିଶିଥାଏ। ଏହା ମୁହଁକୁ ସଫା କରିବା ସହ ଗ୍ଲୋ ବି ବଢ଼ାଏ।
Also Read: ୟୁକ୍ରେନ୍କୁ ସାହାଯ୍ୟ କରିବ ଭାରତ, ଯୁଦ୍ଧ ମଧ୍ୟରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି