ୟୁକ୍ରେନର ମିଲିଟାରୀ ବେସ୍‌ ଉପରେ ରୁଷ ସେନାର ଆକ୍ରମଣ, ୭୦ରୁ ଅଧିକ ସୈନିକ ମୃତ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷ ସୈନିକ ଲଗାତାର ଆକ୍ରମଣ କରିବାରେ ଲାଗିପଡିଛନ୍ତି। ୟୁକ୍ରେନର ରାଜଧାନୀ କିଭ୍‌ ଉପରେ କବ୍‌ଜା କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛି। ୟୁକ୍ରେନ ସେନା ମଧ୍ୟ ଲାଗାତାର ଜବାବ ଦେଇଛି। ଏହାମଧ୍ୟରେ ରୁଷ ୟୁକ୍ରେନର ଆର୍ମି ବେସ ଉପରେ ଆକ୍ରମଣ କରିବା ଫଳରେ ୭୦ ଜଣ ସୈନ୍ୟଙ୍କ ମୃତ୍ୟୁହୋଇଛି।

ରିପୋର୍ଟ ମୁତାବକ, କିଭ୍‌ ଏବଂ ଖାରକିଭ୍‌ ମଧ୍ୟରେ ଥିବା ଓଖତିରକା ସହରର ଆର୍ମି ବେସ୍‌ ଉପରେ ବମ୍‌ ପକାଇଛି। ଏଥିରେ ୭୦ ୟୁକ୍ରେନ ସୈନିକ ପ୍ରାଣ ହରାଇଛନ୍ତି। ଓଖତରିକା ସହତ ରାଜଧାନୀ କିଭ ଠାରୁ ୩୪୫ କିମି ଦୂରରେ ଅବସ୍ଥିତି।

ଏହା ପୂର୍ବରୁ ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାରକିଭରେ ବୋମା ବର୍ଷଣ କରିଥିଲା। ଋଷ ଆକ୍ରମଣରେ ଘାଇଲା ୟୁକ୍ରେନ ସହର । ଘନ ଘନ ମିସାଇଲ ଆକ୍ରମଣ କରୁଛି। ଋଷର ମିସାଇଲ ଆକ୍ରମଣ ଉପରେ କହିଲେ ରାଷ୍ଟ୍ରପତି ଜେଲେନସ୍କି । ଋଷ ୧୧୩ କ୍ରୁଜ୍‌ ମିସାଇଲ କ୍ଷେପଣ କରିଛି । ୫୬ ମିସାଇଲ ୟୁକ୍ରେନକୁ ହିଟ୍‌ କରିଛି । ଖାରକିଭ୍‌ ସହର ଉପରେ ମିସାଇଲ ଆକ୍ରମଣ ହୋଇଛି । ଖାରକିଭରେ ନାଗରିକଙ୍କ ମୃତ୍ୟୁ ବଢ଼ିଛି ।

ଏପଟେ ଶାନ୍ତି ଆଲୋଚନା, ସେପଟେ ଯୁଦ୍ଧ ପାଇଁ ସୈନ୍ୟ ପଠାଉଛି ଋଷ। କିଭ ଆକ୍ରମଣ ପାଇଁ ଋଷର ବଡ଼ ଯୋଜନା । ସାମନାକୁ ଆସିଲା ଋଷର ନୂଆ ଯୋଜନା । ସାଟେଲାଇଟ ଫଟୋରୁ ସାମନାକୁ ଆଣିଲା ଋଷର ନୂଆ ଯୋଜନା । ଏଥିରେ ବହୁ ସଂଖ୍ୟାରେ ମିଲିଟାରୀ ଟ୍ୟାଙ୍କ, ଯୁଦ୍ଧ କମାଣ ଓ ବିପୁଳ ଗୋଳାବାରୁଦ ରହିଛି । ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା କରୁଛି ଋଷ । ସେପଟେ କିଭକୁ ପୁଣି ସୈନ୍ୟ ପଠାଉଛି ।

 

Also Read : ଋଷ ଆକ୍ରମଣରେ ଘାଇଲା ୟୁକ୍ରେନ ସହର, କରୁଛି ଘନ ଘନ ମିସାଇଲ ଆକ୍ରମଣ