ନନ୍ଦିତା ଦାସ ଓ କପିଲ ଶର୍ମା ଭୁବନେଶ୍ୱରରେ ଆରମ୍ଭ କଲେ ଅପକମିଂ ଫିଲ୍ମର ସୁଟିଂ, କପିଲଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିବା, ନିର୍ଦ୍ଦେଶିକା ତଥା ନିର୍ମାତା ନନ୍ଦିତା ଦାସ ବଲିଉଡ କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ନିର୍ମାଣ କରୁଛନ୍ତି ସିନେମା । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଛି। ଆଉ କପିଲଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଛି।

କପିଲ ଆସୁଥିବା ଖବର ଶୁଣିବା ପରେ ଦର୍ଶକ ରାସ୍ତାରେ ଏବଂ ସୁଟିଂ ସ୍ପଟ୍‌ରେ ଭିଡ଼ ଜମାଇଥିଲେ । ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍‌ ଛକ ନିକଟ ଏକ ମଲ୍‌ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଯତୀନ ଦାସ ଆର୍ଟ ସେଣ୍ଟର ପରିସରରେ ସୁଟିଂ ହୋଇଥିଲା ।

ଏହି ଫିଲ୍ମର ଶୀର୍ଷକ ଘୋଷଣା ହୋଇନଥିଲା ବେଳେ ଫଟୋ ଏବଂ ଭିଡିଓ ବି ସୋସିଆଲ୍‌ ମିଡିଆରେ ଅପଡେଟ୍‌ କରାଯାଉନି । ସିନେମାର ପ୍ରତିଟି ଘଟଣାକୁ ସସ୍‌ପେନ୍ସ ରଖାଯାଉଥିବା ସୂଚନା ଦିଆଯାଇଛି ।

ସେପଟେ ପ୍ରଡକ୍ସନ ହାଉସର ସିଇଓ ସମୀର ନାୟର କହିଛନ୍ତି, ‘ନନ୍ଦିତା ପ୍ରଥମେ ଆମକୁ ଏହି ଆଇଡିଆକୁ ସୂକ୍ଷ୍ମ ରୂପେ କହିଥିଲେ। ଆମକୁ ଏହା ଏତେ ପସନ୍ଦ ଆସିଥିଲା ଯେ ଆମେ ଏହାକୁ ଏକ ପୂର୍ଣ୍ଣ ଫିଚରରେ ବିସ୍ତାର କରିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିଥିଲୁ। ନନ୍ଦିତାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଏହି ଫିଲ୍ମରେ କପିଲ ଓ ଶାହାନାଙ୍କୁ ସମ୍ପୂର୍ଣ୍ଣ ନୂଆ ଚରିତ୍ରରେ ଦେଖିବା ପାଇଁ ଆମେ ବହୁତ ଉତ୍ସାହିତ ଅଛୁ’।

କପିଲ ଶର୍ମା କହିଛନ୍ତି, ‘ମୁଁ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛି। ଏଥିପାଇଁ ନୁହେଁ କି, ମୁଁ ଏକ ଫିଲ୍ମ କରୁଛି, ବରଂ ଏଥିପାଇଁ ମୁଁ ନନ୍ଦିତା ଦାସଙ୍କ ଫିଲ୍ମ କରୁଛି, ଯାହାଙ୍କୁ ମୁଁ ଉଭୟ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ଭାବରେ ଦେଖିଛି। ମୁଁ ଖୁସି ଯେ ଦର୍ଶକମାନଙ୍କୁ ମୋର ଏକ ନୂଆ ସାଇଡ୍ ଦେଖିବାକୁ ମିଳିବ। ଜଣେ କଳାକାର ସବୁବେଳେ କିଛି ଅଲଗା କରିବାକୁ ପ୍ରୟାସ କରି ଚାଲିଥାଏ। ବାସ୍ତବରେ ମୁଁ ଏହି ଫିଲ୍ମରେ କାମ କରିବା ପାଇଁ ଉତ୍ସାହିତ ଅଛି’।

Also Read : ନନ୍ଦିତା ଦାସଙ୍କ ଫିଲ୍ମରେ କାମ କରିବେ କପିଲ୍ ଶର୍ମା; ‘ଡେଲିଭରୀ ବୟ’ ଭୂମିକାରେ ଆସିବେ ନଜର! ଭୁବନେଶ୍ୱର ସମେତ ଓଡ଼ିଶାରେ ଆରମ୍ଭ ହେବ ସୁଟିଂ