କେବଳ ୨୯୯ ଟଙ୍କାରେ ମିଳୁଛି ୯୯୯ ଟଙ୍କା ବିଶିଷ୍ଟ ପ୍ଲାନ, କମ୍ପାନୀ ଦେଉଛି ପୂରା ୭୦% ରିହାତି

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ନୂଆ ଧମାକାଦାର ଅଫର ନେଇ ଆସିଛି। ଏଥର କମ୍ପାନୀ ନିଜର ମ୍ୟୁଜିକ ଆପ JioSaavnର ପ୍ରୋ ଏଡିସନ ସବସ୍କ୍ରିପସନ ଉପରେ ୭୦% ରିହାତି ଦେଉଛନ୍ତି। ଅର୍ଥାତ କେବଳ ୨୯୯ ଟଙ୍କାରେ ଆପଣ ବର୍ଷସାରା ଏହି ଆପର ଲାଭ ଉଠାଇ ପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ଆପର ବାର୍ଷିକ ସବସ୍କ୍ରିପସନର ଦାମ ୯୯୯ ଟଙ୍କା। ଗ୍ରାହକଙ୍କୁ କେବଳ ୨୪ ଟଙ୍କା ମାସକୁ ଖର୍ଚ୍ଚ କରିବାକୁ ହେବ।

JioSaavn ଆପର ସୁବିଧା

-ଏହି ଆପକୁ ହିନ୍ଦି ଏବଂ ଇଂରାଜୀ ଭାଷାରେ ବ୍ୟବହାର କରିପାରିବେ।

-ଏଥିରେ ତାମିଲ,ମାଲାୟାଲମ,ମରାଠି,ଗୁଜରାତି,ବଙ୍ଗାଳୀ,କନ୍ନଡ,ରାଜସ୍ଥାନୀ,ହରିୟାଣୀ ଭାଷାର ଗୀତ ମିଳିବ।

-ଏହି ଆପ ଦ୍ବାରା ମ୍ୟୁଜିକର ଲାଇଭ ଷ୍ଟ୍ରିମିଂ ସହିତ ଗୀତ ମଧ୍ୟ ଡାଉନଲୋଡ କରିପାରିବେ।

-କଷ୍ଟମର କୌଣସି ବି ଗୀତକୁ କଲର ଟ୍ୟୁନ ରଖିପାରିବେ।

ଏମିତି ମିଳିବ ଫାଇଦା

ଯଦି ଆପଣ JioSaavnର ପ୍ରୋ ଏଡିସନର ସୁବିଧା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ JioSaavn ଆପକୁ ଇନଷ୍ଟଲ କରିବାକୁ ହେବ। ସେଠାରେ ସେଟିଂରେ ଆପଣଙ୍କୁ JioSaavn Pro ଦେଖାଯିବ। ସେଥିରେ ଟ୍ୟାବ୍ କରନ୍ତୁ। ଏବେ ଗୋଟିଏ ମାସ କିମ୍ବା ଗୋଟିଏ ବର୍ଷ ବିଶିଷ୍ଟ ଅପସନକୁ ସିଲେକ୍ଟ କରନ୍ତୁ। ଏକ ମାସର ଚାର୍ଜ ୯୯ ଟଙ୍କା, କିନ୍ତୁ ବର୍ଷକ ପ୍ଲାନରେ ସିଲେକ୍ଟଠ କରିବା ଦ୍ବାରା କେବଳ ୨୯୯ ଟଙ୍କା ଖର୍ଚ୍ଚ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.