ମେଟ୍ରୋ ରେଲ କର୍ପୋରେସନ ଲିମିଟେଡରେ ନିଯୁକ୍ତି ସୁଯୋଗ, ମାସକୁ ଦରମା ୨ଲକ୍ଷରୁ ଅଧିକ

ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ମହାରାଷ୍ଟ୍ର ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ୍‌ (MMRCL) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ mmrcl.com କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୮ ଜାନୁଆରୀ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୮

ଜେନେରାଲ ମ୍ୟାନେଜର ଆକାଉଣ୍ଟ

ଡେପୁଟି ଇଂଜିନିୟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୮ ଜାନୁଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ ବିଭାଗରେ ଇଂଜିନିୟରିଂ, ଗ୍ରାଜୁଏସନ ସହିତ ଚାର୍ଟର୍ଡ ଆକାଉଣ୍ଟ ସହିତ ଏମବିଏ ଇନ ଫାଇନାନ୍ସ କରିଥିବା ଜରୁରୀ ।

ବୟସ ସୀମା : ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ନିର୍ଦ୍ଧାରିତ କରାଯାଇଛି। ତେବେ ବିଭିନ୍ନ ପଦବୀ ପାଇଁ ସର୍ବାଧିକ ବୟସ ୫୫, ୪୫, ୩୫ ବର୍ଷ ରହିଛି ।

ମାସିକ ଦରମା : ପ୍ରାର୍ଥୀଙ୍କୁ ମାସିକ ୩୫,୨୦୦ ଟଙ୍କାରୁ ୨,୮୦,୦୦୦ ଟଙ୍କା ମିଳିବ ।

କେମିତି କରିବେ ଆବେଦନ : ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ mmrcl.com କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ :

https://www.mmrcl.com/sites/default/files/Advt.%202022-03-%20Website%20Copy.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.