ବିନା କାରଣରେ ଜେଲ୍‌ରେ ରହିଲେ ୧୭ ବର୍ଷ, ମୁକ୍ତ ହେବା ପରେ ମିଳିଲା ୮ କୋଟି ଟଙ୍କା! ପ୍ରକୃତ ଘଟଣା କ’ଣ ଜାଣନ୍ତୁ…

ଜଣେ ବ୍ୟକ୍ତି ୧୭ ବର୍ଷ ଜେଲ୍‌ରେ ରହିଲେ। ଏବେ ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ କ୍ଷତିପୂରଣ ମିଳିଛି ୮ କୋଟି ଟଙ୍କା। କାହିଁକି ନା, ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ଅପରାଧ ପାଇଁ ବ୍ୟକ୍ତି ଜଣକ ଜେଲ୍‌ରେ ଥିଲେ, ସେ ସେହି କ୍ରାଇମ୍‌ କରି ନ ଥିଲେ। ପ୍ରକୃତ ଅପରାଧୀ ଥିଲେ ତାଙ୍କର ଅବିକଳ ନକଲ, ଯେଉଁ କାରଣରୁ ଅପରାଧୀ ଧରିବାରେ ତ୍ରୁଟି ହୋଇଥିଲା। ଆଉ ଏଥିପାଇଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥିଲା।

ଘଟଣା ଆମେରିକାର। ଏକ ରିପୋର୍ଟ ମୁତାବକ, ବର୍ଷ ୨୦୦୦ରେ ଏକ ଡକାୟତି ମାମଲାରେ ୪୫ ବର୍ଷୀୟ ରିଚାର୍ଡ ଜୋନ୍ସଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। କିନ୍ତୁ ଅନେକ ବର୍ଷ ପର୍ଯ୍ୟନ୍ତ ଏହା ଜଣାପଡ଼ି ନ ଥିଲା ଯେ ଡକାୟତି ରିଚାର୍ଡ ନୁହେଁ, ବରଂ ତାଙ୍କ ହମ୍‌ସକଲ ହିଁ କରିଥିଲେ, ଯେଉଁ କାରଣରୁ ରିଚାର୍ଡଙ୍କୁ ନିଜ ଜୀବନର ପାଖାପାଖି ଏକ ତୃତୀୟାଂଶ ସମୟ ଜେଲ୍‌ରେ ହିଁ କାଟିବାକୁ ପଡ଼ିଥିଲା।

ଯେତେବେଳେ ପୀଡ଼ିତା ଏବଂ ସାକ୍ଷୀମାନଙ୍କୁ ରିଚାର୍ଡଙ୍କ ହମ୍‌ସକଲର ରିକି ଅମୋସ୍‌ଙ୍କ ଫଟୋ ଦେଖାଯାଇଥିଲା, ତ ମାମଲାର ଖୁଲାସା ହୋଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା। ଜଣେ ନିର୍ଦ୍ଦୋଷୀ ବର୍ଷ ବର୍ଷ ଧରି ଜେଲ୍‌ର ଚାରି କାନ୍ଥ ଭିତରେ ବନ୍ଦୀ ରହିଥିଲେ। କୁହାଯାଉଛି, ୧୯୯୯ ମସିହାରେ ଏହି ଡକାୟତି ଘଟଣା ରିକି ଅମୋସ୍‌ ହିଁ ଘଟାଇଥିଲେ। ତାଙ୍କ ଚେହେରା ରିଚାର୍ଡଙ୍କ ସହିତ ମିଶୁଥିଲା। ଏହି କାରଣରୁ ଅପରାଧୀ ଚିହ୍ନିବାରେ ପୋଲିସ ଭୁଲ୍‌ କରିଥିଲା।

ଅବଶ୍ୟ ସେହି ସମୟରେ ରିଚାର୍ଡ କହିଥିଲେ କି, ଘଟଣା ଦିନ ସେ ନିଜ ପ୍ରେମିକାଙ୍କ ସହ ଅନ୍ୟ ଜାଗାରେ ଥିଲେ। ହେଲେ ଘଟଣାସ୍ଥଳରେ ସାକ୍ଷୀ ପ୍ରମାଣ ଅଭାବରୁ ତାଙ୍କୁ ହିଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଜେଲ୍‌ ଯିବା ପରେ ରିଚାର୍ଡ ଅନେକ ବାର ଅପିଲ୍‌ କରିଥିଲେ। ଅପରାଧ ସେ ନୁହେଁ, ବରଂ ରିକି ଅମୋସ୍‌ କରିଥିବା ସେ ପ୍ରମାଣ କରିପାରି ନ ଥିଲେ। ଏବେ ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ କ୍ଷତିପୂରଣ ଆକାରରେ ୮ କୋଟି ଟଙ୍କା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.