Below header

୨୦୨୦ରେ ମହଙ୍ଗା ହେବ ବିମାନଯାତ୍ରା, ୨.୬ ପ୍ରତିଶତ ବଢ଼ିଲା ଜେଟ୍‌ ଇନ୍ଧନ ଦର

ନୂଆବର୍ଷରୁ ମହଙ୍ଗା ହେବ ବିମାନ ଯାତ୍ରା। ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ବୃଦ୍ଧି ଘଟିଥିବାରୁ ତୈଳ କମ୍ପାନୀ ବିମାନ ଇନ୍ଧନ ଏଟିଏଫ୍‌(Aviation Turbine Fuel) ଦାମ୍‌କୁ ୨.୬ ପ୍ରତିଶତ ବୃଦ୍ଧି କରିଛି। ଖୁବ୍‌ଶୀଘ୍ର ଏଟିଏଫ୍‌ ଦାମ କିଲୋଲିଟର ପିଛା ୧୬୩୭.୨୫ ଟଙ୍କା ବଢ଼ିବ। ଏକ କିଲୋଲିଟର ବା ୧୦୦୦ ଲିଟର ଏଟିଫ୍‌ର ଦାମ୍‌ ଦିଲ୍ଲୀରେ ୬୪,୩୨୩.୭୬ ଟଙ୍କା ହେବ। ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହାର ଦାମ ବଢ଼ିବ। ପୂର୍ବରୁ ଡିସେମ୍ବର ୧ରେ ତୈଳ ଦର ବୃଦ୍ଧି ଘଟିଥିଲା।

ରିପୋର୍ଟ ମୁତାବକ ଏଟିଏଫ୍‌ର ଦାମ ବଢ଼ିବା ପରେ ଏହାର ବୋଝ ଯାତ୍ରୀଙ୍କ ଉପରେ ପଡ଼ିବ। ଜାନୁୟାରୀରୁ ହିଁ ଏୟାରଲାଇନ୍ସ ବର୍ଦ୍ଧିତ ଦର ଯାତ୍ରୀଙ୍କ ଠାରୁ ଆଦାୟ କରିବା ଆରମ୍ଭ କରିବ। ତେବେ ଗତମାସରେ ସରକାରଙ୍କ ତରଫରୁ ବିମାନ ଯାତ୍ରୀଭଡ଼ା ହ୍ରାସ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ତୈଳ ଦର ଦେବାକୁ ଏୟାରଲାଇନ୍‌ ନିକଟରେ ବିମାନ ଭଡ଼ା ବଢ଼ାଇବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ। ଅପରେଟିଂ କାଷ୍ଟ ଓ ବିମାନ ଭଡ଼ାରେ ଅନ୍ତର ଯୋଗୁ ଭାରତରେ ପୂର୍ବରୁ କିଙ୍ଗ୍‌ଫିଶର ଓ ଜେଟ୍‌ ଭଳି ଏୟାରଲାଇନ୍ସ ବୁଡ଼ିଯାଇଛି। ଏହି ସମସ୍ୟା ଯୋଗୁ ଗତ ୧୦ ବର୍ଷ ହେଲା ଏୟାର ଇଣ୍ଡିଆ ମଧ୍ୟ କ୍ଷତିରେ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.