Below header

ଆଜି ଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ରହିବ ବନ୍ଦ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆପଣ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାମ ସାରି ଦେଇଛନ୍ତି ତ କାରଣ ଆଜି ଠାରୁ କିଛି ସହରରେ ଲଗାତାର ଚାରି ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଆଜି ଚତୁର୍ଥ ଶନିବାର ଦେଶ ସାରା ସମସ୍ତ ବ୍ୟାଙ୍କ ଛୁଟି ରହିବ। ଏହାପରେ ରବିବାର ଥିବାରୁ ବ୍ୟାଙ୍କ ସାଧାରଣ ଭାବରେ ବନ୍ଦ ରହିବ। ଏହି ଦିନରେ ଦିପାବଳୀ ମଧ୍ୟ ରହୁଛି ସାରା ସହର ଏହି ପର୍ବକୁ ପାଳନ କରିବ।

ଏହାପରେ ୨୮ ଅକ୍ଟୋବରରେ ମଧ୍ୟ କିଛି ସହରରେ ବ୍ୟାଙ୍କ ବନ୍ଦ ରହିବ

ସୋମବାର ଅର୍ଥାତ ୨୮ ଅକ୍ଟୋବର ଗୋବର୍ଦ୍ଧନ ପୂଜା କାରଣରୁ ବ୍ୟାଙ୍କ ଛୁଟି ରହିବ। ଦୀପାବଳି ପରେ ସୋମବାର ଦିନ ଅଗରତାଲା, ଅହମଦାବାଦ, ବେଲାପୁର, ଗଙ୍ଗଟୋକ, ଇମଫାଲ, ଜୟପୁର, କାନପୁର, ଲଖନଉ, ମୁମ୍ବାଇ ଏବଂ ନାଗପୁର ଆଦି ସହରରେ ବ୍ୟାଙ୍କ ବନ୍ଦ ରହିବ।

୨୯ ଅକ୍ଟୋବରରେ ଏହି ସ୍ଥାନରେ ରହିବ ବ୍ୟାଙ୍କ ବନ୍ଦ

୨୯ ଅକ୍ଟୋବରକୁ ଭେୟାଦୁଜ୍‌ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।। ଏହି ଦିନରେ ବେଙ୍ଗାଲୁରୁ, ଗଙ୍ଗଟୋକ, କାନପୁର ଏବଂ ଲଖନଉରେ ବ୍ୟାଙ୍କ ବନ୍ଦ ରହିବ।।

ଏହାସହ ପଢନ୍ତୁ : SBI ଖାତାଧାରକଙ୍କ ପାଇଁ ବଡ ଖବର ! ଯଦି ଏହି ମେସେଜ ଉପରେ କଲେ କ୍ଲିକ, ତେବେ ଖାଲି ହୋଇଯିବ ଆପଣଙ୍କ ସମସ୍ତ ଜମା-ପୁଞ୍ଜି

ଏହି ସହରରେ ହେବ ନାହିଁ ବ୍ୟାଙ୍କ ବନ୍ଦ

ଦୀପାବଳି ପରେ ସୋମବାର ଏବଂ ମଙ୍ଗଳବାର ଦିନ ଏହି ସବୁ ସ୍ଥାନରେ ଛୁଟି ରହିବ ନାହିଁ। ଏହି ସହର ମଧ୍ୟରେ ରହିଛି ନୂଆଦିଲ୍ଲୀ, ପଣଜୀ, ପାଟନା, ରାୟପୁର, ସିଲଙ୍ଗ, ସିମଲା, ଶ୍ରୀନଗର, ଥିରୁଅନନ୍ତପୁରମ, ଆଇଜଲ୍‌, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ, ଚେନ୍ନାଇ, ଗୁଆହାଟି, ହାଦରାବାଦ, ଜମ୍ମୁ, କୋଚ୍ଚି,କୋଲାକାତା ସାମିଲ ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ଆରବିଆଇର ଛୁଟି ଲିଷ୍ଟ ଦେଖିପାରିବେ। ଏହାସହିତ ସବୁ ରାଜ୍ୟ ଅନୁଯାୟୀ ଛୁଟି ମଧ୍ୟ ଅଲଗା ଅଲଗା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.