Below header

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

ଦୀପାବଳିର ପୂର୍ବଦିନ ଦୀପୋତ୍ସବ ଅବସରରେ ରାମ ନଗରୀ ଅଯୋଧ୍ୟାରେ ୫.୫୧ ଲକ୍ଷ ଦୀପ ଲଗାଯାଇ ଏକ ବିଶ୍ୱ ରେକର୍ଡ କରାଯିବାର ଆୟୋଜନ କରାଯାଇଛି । ଏହି ଆୟୋଜନରେ ଅବଧ ବିଶ୍ୱ ବିଦ୍ୟାଳୟ ସମେତ ବିଭିନ୍ନ କଲେଜ ପିଲା ମାନେ ପ୍ରାୟ ୪ ଲକ୍ଷ ଅଧିକ ଦୀପ ଜାଳିବେ । ଏହା ବ୍ୟତୀତ ୧୪ ଟି ମଠ ମନ୍ଦିର ମାନଙ୍କରେ ମଧ୍ୟ ଦୀପ ଦାନ କରାଯିବ । ଏହା ସହ ବ୍ୟପାରୀ ଓ ସାଧାରଣ ନାଗରିକ ମାନେ ମଧ୍ୟ ନିଜ ନିଜ ଘର ତଥା ବ୍ୟବସାୟିକ ଅନୁଷ୍ଠାନ ମାନଙ୍କରେ ଦୀପଦାନ କରିବେ । ଏଥିପାଇଁ ଏକ ଗିନିଜ ବୁକ  ଟିମ ମଧ୍ୟ ଅଯୋଧ୍ୟାରେ ପହଞ୍ଚିସାରିଲେଣି ।

ajodhya dipatsoba

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଆୟୋଜନ ପାଇଁ ସହରର ପୋଲିସ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ସହରର ଗଳିକନ୍ଦିରେ ଆରଏଏଫ, ପିଏସି ଓ ପୋଲିସ ଯବାନଙ୍କ ସମେତ ହୋମ ଗାର୍ଡ ତଥା ଇଣ୍ଟେଲିଜେନ୍ସ ବିଭାଗ ମଧ୍ୟ ବେଶ ସଜାଗ ଅଛନ୍ତି । ଅଯୋଧ୍ୟା ଏସ୍ପି ବିଜୟପାଲ ସିଂ ଏହି ସମୟରେ ଭାରି ଯାନବହନ ମାନଙ୍କର ସହର ମଧ୍ୟରେ ପ୍ରବେଶକୁ ମଧ୍ୟ ବାତିଲ କରାଯାଇଥିବା କଥା କହିଛନ୍ତି । ରାମ ଲୀଳା ପାର୍କରେ ଉତ୍ତର ପ୍ରଦେଶ ରାଜ୍ୟପାଲ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତାଙ୍କ ସ୍ୱରୂପ ମାନଙ୍କର ବିସ୍ତୃତ ବର୍ଣ୍ଣନା କରିବେ ।

ଏହା ସହ ପଢନ୍ତୁ: ହରିୟାଣାରେ ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ BJP ଓ JJP

ଏହା ସହ ଏହି ପାର୍କରେ ନେପାଳ,ଫିଲିପାଇନ୍ସ, ଇଣ୍ଡୋନେସିଆ,ଶ୍ରୀଲଙ୍କା ପରି ଦେଶ ମାନଙ୍କରୁ ଆସିଥିବା କଳାକାର ମାନେ ରାମଲୀଳା ମଞ୍ଚସ୍ଥ କରିବେ । ଲେଜର ସୋ’ ମାଧ୍ୟମରେ ରାମଲୀଳା ପ୍ରସଙ୍ଗ ମଧ୍ୟ ଦେଖାଯିବ । ସୂଚନା ଅନୁଯାୟୀ ଏହି ଉତ୍ସବର ଆରମ୍ଭ ସକେତ ବିଶ୍ୱ ବିଦ୍ୟାଳୟରୁ ଶୋଭାଯାତ୍ରା ବାହାରି ରାମକଥା ପାର୍କରୁ ପର୍ଯ୍ୟନ୍ତ କରାଯିବ । ସନ୍ଧ୍ୟା ୭ ଟାରୁ ୭.୩୦ ମଧ୍ୟରେ ଦୀପତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆୟୋଜନର ମୁଖ୍ୟଅତିଥି ସରଜୁ ନଦୀର ମହାଆଳତି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.